ଆଜିଠୁ ସଟଡାଉନ ବୋରିଗୁମ୍ମା ପଂଚାୟତ

0 64

କରନା ଶୃଙ୍ଖଳ ଭାଙ୍ଗିବା ଆମର ମୂଳ ଲକ୍ଷ୍ୟ- ସରପଞ୍ଚ

ବୋରିଗୁମ୍ମା- ଗ୍ରାମାଞ୍ଚଳ ରେ କରନା ମୁକାବିଲା ପାଇଁ  ଦ୍ୱିତୀୟ ଲହରରେ ମଧ୍ୟ ରାଜ୍ୟ ସରକାର ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଛନ୍ତି  । ନିଜ ନିଜ ପଞ୍ଚାୟତ ରେ କରନା ମୁକାବିଲା ପାଇଁ ଏହି କ୍ଷମତା କୁ ପ୍ରୟୋଗ  କରିପାରିବେ ସରପଞ୍ଚ। ଏହି ଆଧାର ରେ ରେଡ଼ ଜୋନ ରେ ଥିବା କୋରାପୁଟ ଜିଲ୍ଲାର ବୋରିଗୁମ୍ମା ପଞ୍ଚାୟତ ରେ ବୃଦ୍ଧି ପାଉଛି କରନା ଆକ୍ରାନ୍ତଙ୍କ ସଂଖ୍ୟା। ଏହି ସଂକ୍ରମଣର ଶୃଙ୍ଖଳକୁ ଭାଙ୍ଗିବା ପାଇଁ  ଜିଲାପାଳ କ୍ଷମତା କୁ ପ୍ରୟୋଗ କରିଛନ୍ତି ବୋରିଗୁମ୍ମା ସରପଞ୍ଚ ଚନ୍ଦ୍ରିକା ଜାନୀ କରନା ର ସଂକ୍ରମଣ ଚେନ କୁ ଭାଙ୍ଗିବା ପାଇଁ ହେଲେ ବୋରିଗୁମ୍ମା କୁ ସଟ ଡାଉନ କରିବାର ଆବଶ୍ୟକତା ରହିଛି ତେଣୁ ଏହି ଘୋଷଣା କରାଯାଇଛି।ଏ ସମ୍ପର୍କ ରେ ପଂଚାୟତ କାର୍ଯ୍ୟଳୟ ପକ୍ଷରୁ ପ୍ରଶାସନକୁ  ଲିଖିତ ଭାବେ ମଧ୍ୟ ଜଣାଇଦିଆଯାଇଛି।ପଞ୍ଚାୟତ ବାସୀଙ୍କୁ ଅବଗତି ପାଇଁ  ଡ଼ାକବାଜି ଯନ୍ତ୍ର ଯୋଗେ ଘୋଷଣା ମଧ୍ୟ କରାଯାଇଛି । ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ସରପଞ୍ଚ ଚନ୍ଦ୍ରିକା ଜାନୀ କହିଛନ୍ତି ମଙ୍ଗଳବାର, ବୁଧବାର ,ଗୁରୁବାର ତିନିଦିନ ବୋରିଗୁମ୍ମା ପଞ୍ଚାୟତ କୁ ସଟଡାଉନ କରାଯାଇଛି । ଲୋକେ ଆବଶ୍ୟକ ସ୍ଥଳେ ହିଁ ଘରୁ ବାହାରିପାରିବେ ଏହା ସହିତ ଅତି ଆବଶ୍ୟକ ଜିନିଷ ହିଁ ମିଳିବ ବୋଲି ମଧ୍ୟ କହିଛନ୍ତି ।  ଓଡ଼ିଶାର ବଡ଼ ପଂଚାୟତ ବୋରିଗୁମ୍ମା ହୋଇଥିବାରୁ ପ୍ରଶାସନ ମଧ୍ୟ ବୋରିଗୁମ୍ମା ଉପରେ ନଜର ରଖିଛନ୍ତି । ବୋରିଗୁମା ଦେଇ ଯାଇଥିବା ୨୬ ନମ୍ବର , ୬୩ ନମ୍ବର,ଜାତୀୟ ରାଜପଥ ,ଏବଂ ୪୨୦ନମ୍ବର ରାଜ୍ୟରଜପଥ ରହିଛି।ଏହି ଦୃଷ୍ଟି କୋଣରୁ  ବାଣିଜିକ ପେଣ୍ଠସ୍ଥଳ ପାଲଟି ଥିବା ବୋରିଗୁମ୍ମାରେ ଦିନ କୁ ଦିନ କରନା କାୟା ମେଳାଇଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ବୋରିଗୁମ୍ମା ସରପଞ୍ଚଙ୍କ ଏହି ପଦକ୍ଷେପକୁ ସାଧାରଣରେ ସ୍ୱାଗତ କରାଯାଇଛି। ଶନିବାର ରବିବାର ସପ୍ତାହନ୍ତ ସଟଡାଉନ ରହିଥିବାରୁ  ସାଧାରଣଲୋକଙ୍କୁ ସଉଦା ସହିତ ଆବଶ୍ୟକ ଜିନିଷ ପତ୍ର କିଣିବା ପାଇଁ ସୋମବାର ସକାଳ ୮ଘ ରୁ ୧୧ଘ ପର୍ଯ୍ୟନ୍ତ ସୁଯୋଗ ଦିଆ ଯାଇଥିଲା । ଏହି ତିନି ଦିନ ସଟଡାଉନ କୁ ପ୍ରଶାସନ ପକ୍ଷରୁ ଦୃଷ୍ଟିରେ ରଖାଯାଇଥିବା ବେଳେ  ବୋରିଗୁମ୍ମା ପୋଲିସର ସମ୍ପୂର୍ଣ୍ଣ ସହଯୋଗ ରହିବ ଏବଂ କଡାକଡି ଚେକିଂ ସହିତ ଆମାନିଆଙ୍କ ଉପରେ ନଜର ରହିବ ବୋଲି କହିଛନ୍ତି ବୋରିଗୁମ୍ମା ଥାନା ଅଧିକାରୀ ବିଶ୍ୱଜୀତ ମହାନ୍ତି । 

Leave A Reply

Your email address will not be published.