ଜୟପୁର ବନଖଣ୍ଡରେ ଥିବା କୋଟପାଡ଼ ରେଞ୍ଜର ମାଲଚମାଲ ଜଙ୍ଗଲରୁ ମୂଲ୍ୟବାନ କାଠ ଉଭାନ ଘଟଣାର ତଦନ୍ତ କେବେ ?

0 58

କୋରାପୁଟ – ଜୟପୁର ବନଖଣ୍ଡର କୋଟପାଡ଼ ରେଞ୍ଜ ଚାନ୍ଦିଲି ଫରେଷ୍ଟ ସେକ୍ସନର ମାଲଚମାଲ ସଂରକ୍ଷିତ ଜଙ୍ଗଲକୁ ପଦା କରି ଦିଆଯାଇଥିବା ଘଟଣା ଆମେ ଆମ ଦୈନିକ ଖବର କାଗଜ ଡୁମାଣୀ ଖବର ରେ ଚଳିତ ମାସ ୧୦ତାରିଖରେ ଖବର ପ୍ରସାରଣ କରିଥିଲୁ ।ଖବର ପ୍ରସାରଣ କରିବାର କିଛି ଦିନ ପରେ ବନଖଣ୍ଡରେ ତତ୍ପରତା ପାଇଥିବାର ଦେଖାଦେଇଛି ।ଜୟପୁର ବନଖଣ୍ଡର କିଛି ଅଧିକାରୀ ଏବେ ପ୍ରତିଦିନ ମାଲଚମାଲ ଜଙ୍ଗଲ କୁ ନିୟମିତ ଯାତାୟତ କରୁଥିବାର ଦେଖିବାକୁ ମିଳିଛି ।ଏବେ ପ୍ରଶ୍ନ ଉଠୁଛି ଯେ, ଆଗରୁ ଏ ମାଲଚମାଲ ଜଙ୍ଗଲ କୁ ବନ ବିଭାଗର କିଛି ଅଧିକାରୀ ମାଓ ପ୍ରବଣ ଅଞ୍ଚଳ ବୋଲି ବାରମ୍ବାର ଗଣମାଧ୍ୟମ ରେ ପ୍ରକାଶ କରିଥିଲେ କିନ୍ତୁ ଦୈନିକ ଖବର କାଗଜ ଡୁମାଣୀ ଖବରରେ ଖବର ପ୍ରସାରଣ ହେବା ପରେ ଏବେ ସେଠାକୁ ଅଧିକାରୀ ମାନେ କାହିଁକି ବାରମ୍ବାର ଧାଉଁଛନ୍ତି ସେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।ଏହି ମାଲଚମାଲ ଜଙ୍ଗଲ ଇଲାକାର କିଛି ଗ୍ରାମବାସୀ ଙ୍କ ସମେତ ବନ ସୁରକ୍ଷା ସମିତି ଜଙ୍ଗଲରୁ ଗଛ କଟାକୁ ଦୃଢ଼ ବିରୋଧ କରିଥିଲେ ବୋଲି ଏବେ ସବୁଆଡେ ଚର୍ଚ୍ଚା ହେଉଛି ।ତେଣୁ ତଦନ୍ତ ଆରମ୍ଭ ହେବା ପୂର୍ବରୁ ବନ ବିଭାଗର କିଛି କର୍ମଚାରୀ ସେମାନଙ୍କୁ ସଲାସୁତର କରୁଥିବାର ବିଭିନ୍ନ ମହଲରେ ଆଲୋଚନା ହେଉଛି ।ଏ ମାମଲାରେ ନିଲମ୍ବନ ହୋଇଥିବା ଫରେଷ୍ଟ ଗାର୍ଡ ଙ୍କ ଅନୁପସ୍ଥିତିର ସୁଯୋଗରେ ଜଙ୍ଗଲକୁ ପଦା କରି ଦିଆଯାଇଥିବା ଆଖପାଖ ଅଞ୍ଚଳର ସମସ୍ତେ ଜାଣିଥିବାରୁ କାଳେ ସତ୍ୟ ପ୍ରକଟ ହେବାର ସମ୍ଭାବନା ରହିଥିବାରୁ ବର୍ତ୍ତମାନ କୋଟପାଡ଼ ସାଙ୍ଗକୁ ଜୟପୁର ବନଖଣ୍ଡର କିଛି କର୍ମଚାରୀ ପ୍ରତିଦିନ ମାଲଚମାଲ ଜଙ୍ଗଲକୁ ଯାଇ ବନ ବିଭାଗରେ କାର୍ଯ୍ୟରତ କିଛି ସ୍ଥାନୀୟ ଯୁବକ ଙ୍କ ଜରିଆରେ ବନ ସୁରକ୍ଷା ସମିତି ଏବଂ ଗ୍ରାମବାସୀ ଙ୍କୁ ଶିଖାଶିଖି କରି ଘଟଣାଟିକୁ ଚପାଇ ଦେବାକୁ ଜରସର ପ୍ରୟାସ ଚାଲିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।ତଦନ୍ତ ପ୍ରକ୍ରିୟା ପ୍ରଭାବିତ ନହେଉ ବୋଲି ଏ ମାମଲାରେ କାର୍ଯ୍ୟରତ ଥିବା ଫରେଷ୍ଟ ଗାର୍ଡ କୁ ନିଲମ୍ବନ କରାଯିବା ସହ ବୋରିଗୁମ୍ମା କରିଦିଆଯାଇଥିବା ବେଳେ ଫରେଷ୍ଟରକୁ କେବଳ ବୈପାରିଗୁଡା କୁ ବଦଳି କରିଦିଆଯାଇଛି ।ଏ ଘଟଣାକୁ ନେଇ ଏବେ ଏକ ବଡ଼ ପ୍ରଶ୍ନ ଉଠୁଛି ଯେ, କେଉଁ କାରଣକୁ ନେଇ ଫରେଷ୍ଟ ଗାର୍ଡ ଙ୍କୁ ନିଲମ୍ବନ କରାଗଲା ।ଏବେ ଆଉ ଏକ ବଡ଼ ଖବର କୋଟି କୋଟି ଟଙ୍କାର ମୂଲ୍ୟବାନ ଗଛ କାଟି ବିକ୍ରି କରି ଦିଆଯାଉଥିବା ମାଲଚମାଲ ସଂରକ୍ଷିତ ଜଙ୍ଗଲ ଇଲାକାରେ କୋଟି କୋଟି ଟଙ୍କା ବ୍ୟୟରେ ବୃକ୍ଷରୋପଣ,ପୋଖରୀ ଖନନ ଆଦି ବହୁ ବିକାଶ ମୂଳକ କାର୍ଯ୍ୟ ଚାଲିଥିବା ବେଳେ ସେ ସବୁ କାର୍ଯ୍ୟର ତଦାରଖ ସକାଶେ ଜଗୁଆଳି ନିୟୋଜିତ ହୋଇଥିବା ଦର୍ଶା ଯାଇ ମାସକୁ ମାସ ଜୟପୁର ବନ ଖଣ୍ଡରେ ଭାଉଚର ଦାଖଲ କରାଯାଇ କୋଟପାଡ଼ ବନାଞ୍ଚଳ ଟଙ୍କା ନେଉଛି ।ବିକାଶ ମୂଳକ କାର୍ଯ୍ୟ ଦର୍ଶାଇ ଟଙ୍କା ନେଲାବେଳେ ମାଓ ପ୍ରବଣ ଇଲାକା କୁହାଯାଉନାହିଁ ଅଥଚ ଗଛ କଟାକୁ ନେଇ କିଭଳି ମାଓ ପ୍ରଭାବିତ କୁହାଯାଉଛି ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ଏବଂ ଏଥିପ୍ରତି ତଦନ୍ତ ବି କରିବା ଦରକାର ।ମିଥ୍ୟା ଭାଉଚର ବଳରେ ସରକାରୀ ଟଙ୍କା ଆତ୍ମସାତ କରାଯାଉନାହିଁ ତୋ ?ଏବେ ଆଉ ଏକ ପ୍ରଶ୍ନ ଉଠିଛି ମାଲଚମାଲ ସଂରକ୍ଷିତ ଜାଙ୍ଗଲକୁ କାର୍ଯ୍ୟରତ ଫରେଷ୍ଟର ପ୍ରତିଦିନ ଯାଉଥିବେ ଏବଂ ବନାଞ୍ଚଳ ଅଧିକାରୀ ମଧ୍ୟ ସପ୍ତାହରେ ଥରେ ଅନ୍ତତଃ ନିଶ୍ଚିତ ଯାଉଥିବେ ହେଲେ ଏତେ ସଂଖ୍ୟାରେ ମୂଲ୍ୟବାନ ଗଛ ଗୁଡ଼ିକ କଟାଯାଉଥିବା କିଭଳି ଜାଣିପାରିଲେ ନାହିଁ ବନାଞ୍ଚଳ ଅଧିକାରୀ ?ଏହି ମାଲଚମାଲ ଜଙ୍ଗଲ ର ବହୁ ସଂଖ୍ୟାରେ ଗଛ କୁଆଡେ ଗଲା ଆଉ କେମିତି ଗଲା ଏ ସବୁକୁ ନେଇ ଏବେ ସବୁଠାରୁ ବଡ଼ ପ୍ରଶ୍ନବାଚୀ ସାଧାରଣରେ ଚର୍ଚ୍ଚା ହେଉଛି ।କୋଟପାଡ଼ ବନବିଭାଗ ରେ ଥିବା ମାଲଚମାଲ ଜଙ୍ଗଲ ରୁ ମୂଲ୍ୟବାନ କାଠ ସବୁ ପଡ଼ୋଶୀ ରାଜ୍ୟ ଛତିଶଗଡ଼ ରେ ବିକ୍ରି ହେଉନି ତୋ ?ଏ ନେଇ ମଧ୍ୟ ବହୁ ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି ।ଆଉ ଏକ ଦୁଃଖ ର ବିଷୟ ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗିବା ପରଠାରୁ ସରକାର ଙ୍କ ନିର୍ଦ୍ଦେଶ ରହିଛି ଯେ, ଜଙ୍ଗଲ ସୁରକ୍ଷା ନିମନ୍ତେ ଅଗ୍ନିଶମ ଗାଡ଼ିକୁ ନିୟୋଜିତ କରିବା ପାଇଁ କିନ୍ତୁ ଏଠି ନିୟୋଜିତ କରାଯାଇନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।ଆଉ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି କୋଟପାଡ଼ ବନାଞ୍ଚଳ ଅଧିକାରୀ ଏବଂ ଡ଼ିଏଫଓ ମିଶି ମାଲଚମାଲ ଜଙ୍ଗଲ କୁ କାଠ ମାଫିଆ ଙ୍କୁ ନିଲାମ କରି ଦିଆଯାଇନି ତୋ ବୋଲି ସାଧାରଣରେ ଆଲୋଚନା ହେଉଛି ।ଆଉ ଗୋଟିଏ ବଡ଼ ଖବର ଏବେ ଚର୍ଚ୍ଚା ଜୋର ଧରିଥିବା ଆଲୋଚନା ହେଉଛି ଯେ, ଚାନ୍ଦିଲି ଫରେଷ୍ଟ ଗେଟ ପାଖରେ ନିର୍ମାଣ କରାଯାଉଥିବା ନୂତନ ବେରେକ ହାଉସ ତଥା ରେଷ୍ଟ ହାଉସ ପାଇଁ କୁଆଡ଼େ ୨୦ଲକ୍ଷ ଟଙ୍କା ଆସିଥିଲା ତାହା ମାର୍ଚ୍ଚ ମାସ ସୁଦ୍ଧା କାଗଜ କଲମରେ ବିଲ ଭାଉଚର ହୋଇସାରିଛି କିନ୍ତୁ ବର୍ତ୍ତମାନ ସୁଦ୍ଧା ଗୃହ ନିର୍ମାଣ ନହୋଇ ଅଧାରୁ କଣ ପାଇଁ ଅଟକିଛି ବୋଲି ସାଧାରଣରେ ବେଶ ଚର୍ଚ୍ଚା ଚାଲିଥିବା ଶୁଣିବାକୁ ମିଳୁଛି ।ଏହିପରି ଜଙ୍ଗଲ ବିଭାଗରେ ଆସିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ରେ ନିୟୋଜିତ ଥିବା ଶ୍ରମିକ ମାନଙ୍କୁ ମଧ୍ୟ ଏନ.ଆର.ଇ.ଜି.ଏସ ରେ ଆସିଥିବା ଟଙ୍କା ନଦେଇ ବନବିଭାଗ କୁଆଡ଼େ ଆତ୍ମସାତ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।ଅନ୍ୟ ଏକ ଘଟଣା ଜୟପୁର ବନଖଣ୍ଡର କୋଟପାଡ଼ ରେଞ୍ଜର ଚିତ୍ରା ରିଜର୍ଭ ଫରେଷ୍ଟର ରେ ବହୁ ପରିମାଣରେ ଗଛ କଟାଯାଇଛି ଏବଂ ତାହାର ଆନୁମାନିକ ମୂଲ୍ୟ ମଧ୍ୟ  ଲକ୍ଷ ଲକ୍ଷ ଟଙ୍କାର ହେବ ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି କିନ୍ତୁ ସେ ଘଟଣାକୁ ମଧ୍ୟ ଉପରିସ୍ଥ ଅଧିକାରୀ ମାନେ ଚପେଇ ଦେବାକୁ ଉଦ୍ୟମ କରୁଛନ୍ତି ବୋଲି ଗ୍ରାମବାସୀ ମାନେ ଦୁଃଖ ର ସହ ପ୍ରକାଶ କରିଛନ୍ତି ।ତେବେ ଏକ ବର୍ଷ ଭିତରେ ବନାଞ୍ଚଳ ଅଧିକାରୀ ଏତେ ସବୁ ଦୁର୍ନୀତି ରେ ଲିପ୍ତ ଥାଇ ମଧ୍ୟ ତାଙ୍କ ଉପରେ ଉପରିସ୍ଥ ଅଧିକାରୀ ମାନେ କୌଣସି ପ୍ରକାର ପଦକ୍ଷେପ ନନେଇ କାହିଁକି ନିରବ ରହିଛନ୍ତି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।ଜୟପୁର ବନଖଣ୍ଡ ର କୋଟପାଡ଼ ରେଞ୍ଜ ରେ ବହୁ ପରିମାଣରେ କୋଟି କୋଟି ଟଙ୍କା ଦୁର୍ନୀତି ହୋଇଥିଲେ ମଧ୍ୟ ସେମାନଙ୍କ ଦୋଷ କୁ ଘଣ୍ଟ ଘୋଡେ଼ଇବା ପାଇଁ ତଳିୟ କର୍ମଚାରୀ ଅର୍ଥାତ ସାମାନ୍ୟ ଜଣେ ନିର୍ମାୟ ଫରେଷ୍ଟ ଗାର୍ଡ ଙ୍କୁ ନିଲମ୍ବନ କରିବା କେତେଦୂର ଠିକ ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।ତେବେ ଏଥିପ୍ରତି ଜିଲ୍ଲା ପ୍ରଶାସନ ସଠିକ ତଦନ୍ତ କରି ଦୋଷୀ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।

Leave A Reply

Your email address will not be published.