କରୋନା ମୁକାବିଲା ପାଇଁ ଆଶା ଓ ଅଙ୍ଗନବାଡି କର୍ମୀଙ୍କ ସର୍ଭେ ଅଭିଯାନ

0 70

କୋରାପୁଟ:ରାଜ୍ୟରେ କରୋନା ଦିନ କୁ ଦିନ ତାର କାୟାବିସ୍ତାର କରିବାରେ ଲାଗିଛି. ଏଥି ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ମାନ ଅବଲମ୍ବନ କରୁଛନ୍ତି.କରୋନା ଏବେ ସହର ରୁ ଗାଁ ମୁହାଁ ହୋଇଛି. ଏଣୁ ଗାଁ ଗୁଡିକୁ ମୁଖ୍ୟ ପ୍ରାଧାନ୍ୟ ଦିଆଯାଉଛି. ଗାଁ ଗୁଡିକରେ କରୋନା ବ୍ରେକ ଲଗାଇବା ପାଇଁ ରାଜ୍ୟ ସରକାର ଙ୍କ ତରଫରୁ ଆଶା ଓ ଅଙ୍ଗନବାଡି କର୍ମୀ ଘର ଘର ବୁଲି ସର୍ଭେ କରିବେ. ରାଜ୍ୟ ସରକାର ଙ୍କ ନିର୍ଦ୍ଧେଶ କ୍ରମେ ଗାଁ ର ପ୍ରତ୍ୟେକ ପରିବାରକୁ କରୋନା ସଚେତନତା କରିବା ସହିତ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରାଯିବ.କରୋନା ମହାମାରୀ କୁ ରୋକିବା ପାଇଁ କୋରାପୁଟ ଜ଼ିଲ୍ଲା ର ସମସ୍ତ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ବସ୍ତି ମାନଙ୍କରେ ଘର ଘର ବୁଲି ଆଶା ଓ ଅଙ୍ଗନବାଡି ଙ୍କ ଦ୍ୱାରା ସ୍ୱାସ୍ଥ୍ୟ ସମ୍ବନ୍ଧୟ ସର୍ଭେ ଅଭିଯାନ ଆରମ୍ଭ କରାଯାଇଛି.ଯେଉଁ ମାନଙ୍କର କିଛି ଲକ୍ଷଣ ଦେଖା ଦେବ ତାଙ୍କର ଟେଷ୍ଟ କରାଯିବାର ବ୍ୟବସ୍ଥା କରାଯାଇଛି.

Leave A Reply

Your email address will not be published.