ସମୁଦ୍ରକୂଳିଆଙ୍କୁ ବାତ୍ୟା ଭୟ

0 74

ପୁରୀ : ସମ୍ଭାବ୍ୟ ବାତ୍ୟା ୟାସ୍ କୁ ନେଇ ପୁରୀ ଜିଲ୍ଲା ସମୁଦ୍ର କୂଳବାସୀଙ୍କ ମନରେ ଛନକା ପଶିଛି । ୧୯୯୯ ମହାବାତ୍ୟା ଓ ୨୦୧୯ ଫନି ବାତ୍ୟାର ଅନୁଭୂତି ଲୋକଙ୍କ ମନରୁ ଏଯାଏଁ ଲିଭିନାହିଁ । ଆଜି ସକାଳୁ ପୁରୀ ଜିଲ୍ଲାର ଅସ୍ତରଙ୍ଗ, କାକଟପୁର, କୋଣାର୍କ, ପୁରୀ, ବ୍ରହ୍ମଗିରି, ସାତପଡ଼ା ଓ ପାରିକୁଦ ଅଂଚଳରେ ବାସିନ୍ଦା ମାନେ ସଜାଗ ହୋଇଗଲେଣି । ଆଜି ସକାଳୁ କେତେକ ସ୍ଥାନରେ ଝିପି ଝିପି ବର୍ଷା ସାଙ୍ଗକୁ ପାଗ ମେଘୁଆ ରହିଛି । ପବନ ଗତି କ୍ରମଶଃ ବୃଦ୍ଧି ପାଉଥିବାରୁ ଚାଳ ଛପର ଓ ଆଜବେଷ୍ଟସ୍ ଘର କରି ରହିଥିବା ବାସିନ୍ଦା ମାନେ ସତର୍କ ହୋଇଗଲେଣି । ସମୁଦ୍ରରେ ସକାଳୁ ଉଚ୍ଚ ଲହରି ଆସୁଥିବା ଦେଖିବାକୁ ମିଳିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସମୁଦ୍ର କୂଳ ବାସିନ୍ଦା ମାନଙ୍କୁ ପବନର ଗତି ବଢିବା ପୂର୍ବରୁ ନିରାପଦ ଆଶ୍ରୟ ସ୍ଥଳିକୁ ଚାଲିଯିବା ପାଇଁ ଡ଼ାକବାଜି ଯନ୍ତ୍ର ଯୋଗେ ପ୍ରଚାର କରାଯାଇଛି ।

Leave A Reply

Your email address will not be published.