ବାଇଡେନଙ୍କ ନିର୍ଦ୍ଦେଶ ପରେ ବିଚଳିତ ଚାଇନା!

0 68

ବେଜିଂ, ୨୮ ।୫: କରୋନା କେଉଁଠୁ ଆସିଛି ଏହାର ଉତ୍ପତ୍ତି ବାବଦରେ ୯୦ ଦିନ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦେବାକୁ କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଏହାକୁ ନେଇ ଚାଇନା ଏବେ ଅସୁରକ୍ଷିତ । ପୂର୍ବ ଦାବିକୁ ଢ଼ାଲ କରି ଚାଇନା କହିଛି ଆମେରିକା ଏଭଳି କରି ରାଜନୀତି କରିବାକୁ ଚେଷ୍ଟା କରୁଛି । ପୂର୍ବରୁ ଅନେକ ବିଶେଷଜ୍ଞ ଏବଂ ତଦନ୍ତକାରୀ ଟିମ୍ ଯାହା କହିଛନ୍ତି ଆମେରିକା ସେଥିରେ କାହଁକି ସହମତି ପ୍ରକାଶ କରୁନି ବୋଲି ଚାଇନାର ବୈଦେଶିକ ମନ୍ତ୍ରାଳୟ ଗୁରୁବାର ପ୍ରେସ କନଫରେନସ ପ୍ରଶ୍ନ କରିଛି । ଚାଇନାର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଜାଓ ଲିଜିଆନ୍ କହିଛନ୍ତି ଯେ ରାଷ୍ଟ୍ରପତି ଜୋ ବାଇଡେନ କରୋନାର ଉତ୍ପତ୍ତିକୁ ନେଇ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ସେଥିରୁ ସ୍ପଷ୍ଟ ଯେ ଆମେରିକା ତଥ୍ୟ ଏବଂ ସତ୍ୟ ପ୍ରତି ଧ୍ୟାନ ଦେଉ ନାହିଁ । ନିଜର ପସନ୍ଦଯୋଗ୍ୟ ବୈଜ୍ଞାନିକଙ୍କ ଜରିଆରେ ଭାଇରସର ଚିହ୍ନଟ କରିବାକୁ ଆଗ୍ରହୀ ଦେଖାଉଛି । ଜାଓ କହିଛନ୍ତି ଯେ ଆମେରିକା ନିଜର ଜୈବ ପରୀକ୍ଷାଗାରକୁ ଖୋଲି ତଦନ୍ତ କରିବା ଦରକାର । ସେ କହିଛନ୍ତି ଯେ ଆମେରିକା ଦାବି କରୁଛି ଯେ ଚାଇନା ସ୍ୱଚ୍ଛ ଏବଂ ପ୍ରମାଣ ପାଇଁ ଅନ୍ତର୍ଜାତୀୟ ତଦନ୍ତକାରୀ ସଂସ୍ଥା ସହ ଜଡ଼ିତ ହେବା ଦରକାର । ତାହେଲେ ଆମେରିକା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା କରୋନା ଉତ୍ପତ୍ତିର ରିପୋର୍ଟକୁ କାହିଁକି ଗ୍ରହଣ କରୁନି ବୋଲି ସେ ପ୍ରଶ୍ନ କରିଛନ୍ତି । ସୂଚନାଯୋଗ୍ୟ, ନିକଟରେ ଆମେରିକାର ଗୁପ୍ତଚର ଟିମ୍ ଏକ ରିପୋର୍ଟ ପ୍ରକାଶ କରିଛି । ଏହି ଗୁପ୍ତଚର ରିପୋର୍ଟରେ କୁହାଯାଇଛି ନଭେମ୍ବର ୨୦୧୯ ରେ ଚାଇନାର ଉହାନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିର ଅନେକ ଗବେଷକ ଅସୁସ୍ଥ ହୋଇପଡ଼ିଥିଲେ । ଏହି ଗବେଷକଙ୍କ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଯାହାକୁ ବେଜିଂ ଏଯାବତ ଲୁଚାଇଛି । ସିଏନ୍ଏନର ରିପୋର୍ଟ ଅନୁଯାୟୀ, ଚାଇନା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ୮ ଡିସେମ୍ବର ୨୦୧୯ରେ କହିଛି ଯେ କୋଭିଡ ଲକ୍ଷଣର ପ୍ରଥମ ରୋଗୀ ଉହାନରୁ ମିଳିଥିଲା । ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଚାଇନାର ଗବେଷକଙ୍କ ବାବଦରେ ଏକ ରିପୋର୍ଟ ମଧ୍ୟ ପ୍ରକାଶ କରିଛି । ଗୁପ୍ତଚର ରିପୋର୍ଟ କହିଛି ଯେ ଏବେ ଏହି ଗବେଷକମାନେ କେଉଁ ରୋଗରେ ପୀଡିତ ଥିଲେ ତାହା ତାହା ଜଣାପଡ଼ିନି । ଯାହାକୁ ବେଜିଂ ଲୁଚାଇବାରେ ଏକ ପ୍ରକାର ସଫଳ ହୋଇଛି । ତେଣୁ କରୋନାର ଉତ୍ପତ୍ତି ବାବଦରେ ଜଣାପଡିନି । ଏହାପରେ ବାଇଡେନ କରୋନାର ଉତ୍ପତି ବାବଦରେ ଜାଣିବା ପାଇଁ ତଦନ୍ତ ସମୟକୁ ସୀମିତ କରିବା ସହିତ ଜୋରଦାର କରିବାକୁ କହିଛନ୍ତି ।

Leave A Reply

Your email address will not be published.