ଶିବସେନା-କଂଗ୍ରେସ ମୁହାଁମୁହିଁ : ମେଣ୍ଟ ସରକାରରେ ଫାଟ!

0 67

ମୁମ୍ୱାଇ, ୨୮ ।୫: ପଦୋନ୍ନତିରେ ସଂରକ୍ଷଣ ଉପରେ ରୋକ୍ ଏବଂ ନାନୋର ତୈଳ ବିଶୋଧନାଗାରର ପ୍ରକଳ୍ପକୁ ଅଟକାଇବା ନେଇ ମେଣ୍ଟ ସରକାରର ଦୁଇ ସହଯୋଗୀ ଦଳ ଶିବସେନା ଏବଂ କଂଗ୍ରେସ ନେତା ମୁହାଁମୁହିଁ ହୋଇଛନ୍ତି । ଏହାକୁ ନେଇ କଂଗ୍ରେସ ଏନସିପି ସହ କଥାବାର୍ତ୍ତା କରିବା ପରେ ମେଣ୍ଟ ସରକାରରୁ ସମର୍ଥନ ପ୍ରତ୍ୟାହାର କରିବ ବୋଲି ଧମକ ଦେଇଛି । ଏହାପରେ ବୁଧବାର ରାତିରେ ଏନସିପି ସଭାପତି ଶରଦ ପାୱାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେଙ୍କୁ ଭେଟିଛନ୍ତି । ଏହାକୁ ନେଇ ରାଜ୍ୟ ରାଜନୀତି ଏବେ ସରଗରମ ରହିଛି । ମେଣ୍ଟ ସରକାରରେ କନ୍ଦଳ ସୃଷ୍ଟି ହୋଇଛି ବୋଲି ଚର୍ଚ୍ଚା ହେଉଛି । ଉଦ୍ଧବ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମଧ୍ୟରେ ପ୍ରାୟ ୪୫ ମିନିଟ ଧରି ଏହି ବୈଠକ ହୋଇଥିବା କୁହାଯାଉଛି । ଏହି ସମୟ ମଧ୍ୟରେ ଉଦ୍ଧାର ଠାକରେଙ୍କ ଉପରେ ପାୱାର ଅସନ୍ତୋଷବ୍ୟକ୍ତ କରିଥିବା ସୂଚନା ରହିଛି । କୁହାଯାଉଛି ଉଦ୍ଧବ ପାୱାରଙ୍କୁ କହିଛନ୍ତି ଯେ ଏନସିପିର ସହଯୋଗକ୍ରମେ ଏହି ସରକାର ଗଠନ ହୋଇଛି । ତେଣୁ ସରକାର ଚଳାଇବା କେବଳ ଶିବସେନାର ଦାୟିତ୍ୱ ନୁହେଁ । କରୋନା ମହାମାରୀ ବେଳେ ରାଜ୍ୟ ରାଜନୀତିରେ ଦେଖାଦେଇଥିବା ହଲଚଲକୁ ନେଇ ଗୁରୁବାର ମହାରାଷ୍ଟ୍ରର ଏନସିପି ମୁଖ୍ୟ ଜୟନ୍ତ ପାଟିଲ ସ୍ପଷ୍ଟୀକରଣ ରଖିଛନ୍ତି । ସେ କହିଛନ୍ତି ଏହି ବୈଠକରେ କ’ଣ ହୋଇଛି ଜଣାନାହିଁ । କିନ୍ତୁ ମହାବିକାଶ ଅଘାଡ଼ି ସରକାରରେ କୌଣସି ଅସ୍ଥିରତା ସୃଷ୍ଟି ହୋଇନି ବୋଲି ସେ ସ୍ପଷ୍ଟ କରିଛନ୍ତି । ବିରୋଧୀ ବିଜେପି ଏହି ପଦୋନ୍ନତି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିବା ଦରକାର । କେନ୍ଦ୍ର ସରକାର ଚାହିଁଲେ ସଂସଦରେ ଏହି ପ୍ରସଙ୍ଗ ଉଠାଇ ସମସ୍ୟାର ସମାଧାନ କରିପାରିବେ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, କଂଗ୍ରେସ କହିଛି ଯେ ଏ ପ୍ରସଙ୍ଗରେ ସେମାନଙ୍କର ଆଭିମୁଖ୍ୟ ସ୍ପଷ୍ଟ । ସେ ତାଙ୍କ ନିଷ୍ପତ୍ତି ଶିବସେନା ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଜଣାଇଛନ୍ତି । ଏବେ କଂଗ୍ରେସ-ଏନସିପି ମଧ୍ୟରେ ବିବାଦ ଶିବସେନା ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ରାଜ୍ୟ କ୍ୟାବିନେଟ ବୈଠକରେ ପଦୋନ୍ନତି ସଂରକ୍ଷଣ ପ୍ରସଙ୍ଗରେ ଗତକାଲି ବୈଠକ ହୋଇଥିବା ସୂଚନା ରହିଛି । କ୍ୟାବିନେଟ୍ ବୈଠକ ପୂର୍ବରୁ କଂଗ୍ରେସ ସମର୍ଥନ ପ୍ରତ୍ୟାହାର କରିବାକୁ ଧମକ ଦେଇଥିଲା । ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ଯେ ମହାବିକାଶ ଆଘାଡିରେ ପାରସ୍ପରିକ ମତଭେଦ ନାହିଁ । ସରକାର ସମ୍ପୂର୍ଣ୍ଣ ପାଞ୍ଚ ବର୍ଷ ଚାଲିବ । ଲୋକମାନେ ଗୁଜବ ପ୍ରତି ଧ୍ୟାନ ନଦେବା ଠିକ୍ ହେବ ।

Leave A Reply

Your email address will not be published.