କଂଗ୍ରେସରେ ମିଶିଲେ ୩ ନିଲମ୍ବିତ ଆପ୍ ବିଧାୟକ

0 70

ଚଣ୍ଡିଗଡ଼, ୩ ।୬: ପଞ୍ଜାବ କଂଗ୍ରେସରେ ଦଳୀୟ କନ୍ଦଳ ତୀବ୍ର ହେବାରେ ଲାଗିଛି । ଏହାର ସମାଧାନ କରିବାକୁ ଆଜି ମୁଖ୍ୟମନ୍ତ୍ରୀ କ୍ୟାନେ ଅମରିନ୍ଦର ସିଂହ ଦିଲ୍ଲୀ ଯାଉଛନ୍ତି । ତେବେ ଦିଲ୍ଲୀ ଯିବା ପୂର୍ବରୁ ସେ ୩ ଜଣ ନିଲମ୍ୱିତ ଆପ୍ ବିଧାୟକଙ୍କୁ କଂଗ୍ରେସକୁ ସ୍ୱାଗତ କରିଛନ୍ତି । ଏହି ୩ ବିଧାୟକ କଂଗ୍ରେସରେ ମିଶିବା ପରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ସେମାନଙ୍କ ସହ ଫଟୋ ଉଠାଇଥିଲେ । ଏହାପରେ ସେ ସୋନିଆ ଗାନ୍ଧିଙ୍କୁ ଭେଟିବାକୁ ଦିଲ୍ଲୀ ଅଭିମୁଖେ ଯାଇଛନ୍ତି । ଆପ୍ ନେତା ସୁଖପାଲ ସିଂହ ଖଇରା, ଜଗଦେବ ସିଂହ କାମାଲୁ ଓ ପରିମଲ ସିଂହ ଧୌଲା ଆଜି କଂଗ୍ରେସରେ ଯୋଗଦେଇଛନ୍ତି । ସେମାନେ ଦଳରେ ସାମିଲ ହେବାକୁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ଅନୁମତି ଦେଇଥିବା ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ କହିଛନ୍ତି । ଶ୍ରୀ ଖଇରା ପଞ୍ଜାବ ବିଧାନସଭାରେ ବିରୋଧୀ ଦଳ ନେତା ଥିଲେ । ସେ ୨୦୧୫ ମସିହା ଡିସେମ୍ୱରରେ କଂଗ୍ରେସ ଛାଡ଼ି ଆପ୍ରେ ମିଶିଥିଲେ । ୨୦୧୭ରେ ସେ ଭୋଲାଥ ଆସନରୁ ଆପ୍ ଟିକେଟରେ ବିଧାନସଭାକୁ ଯାଇଥିଲେ । ୨୦୧୯ରେ ସେ ଆପ୍ ଛାଡ଼ି ପଞ୍ଜାବ ଏକତା ପାର୍ଟି ଗଠନ କରିଥିଲେ । ଅନ୍ୟପକ୍ଷରେ ଆଉ ଦୁଇ ଆପ୍ ବିଧାୟକ ମଧ୍ୟ ଆଜି କଂଗ୍ରେସରେ ମିଶିଛନ୍ତି । ଏ ସମ୍ପର୍କରେ ପଞ୍ଜାବ କଂଗ୍ରେସ ମଧ୍ୟ ଟ୍ୱିଟ କରି ସୂଚନା ଦେଇଛି ।

Leave A Reply

Your email address will not be published.