ଦେଶରେ ୨୨.୭୫ କୋଟି ଲୋକ ନେଲେଣି ଟିକା

0 62

ନୂଆଦିଲ୍ଲୀ, ୫ ।୬ : ଟିକାକରଣରେ ଆମେରିକାକୁ ଅତିକ୍ରମ କରିଛି ଭାରତ । ଶନିବାର ଏ ନେଇ ସୂଚନା ଦେଇଛନ୍ତି ନୀତି ଆୟୋଗ । ଭାରତରେ ମୋଟ ୧୭.୨୦ କୋଟି ଲୋକ କରୋନା ଭ୍ୟାକସିନର ପ୍ରଥମ ଡୋଜ ନେଇଥିବା ବେଳେ ଆମେରିକାରେ ୧୬.୯୦ କୋଟି ଲୋକ ପ୍ରଥମ ଡୋଜ ଟିକା ନେଇଛନ୍ତି । ନୀତି ଆୟୋଗ ସଦସ୍ୟ ଡାକ୍ତର ବି.କେ ପୌଲ କହିଛନ୍ତି କୋଭିଡ ଟିକାର ପ୍ରଥମ ଡୋଜ ଦେବାରେ ଆମେରିକାକୁ ପଛରେ ପକାଇଦେଇଛି ଭାରତ । ଭାରତ ଲଗାତାର ଭାବେ ଟିକାକରଣ ଅଭିଯାନ ଚଳାଇ ଆସିଛି ଏବଂ ଆଗକୁ ମଧ୍ୟ ଆହୁରି ଦୃତ ଗତିରେ ଦେଶରେ ଟିକାକରଣ କରାଯିବ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଶୁକ୍ରବାର କହିଛି ଯେ, ଦେଶରେ ମୋଟ ୨୨.୭୫ କୋଟି ଲୋକଙ୍କୁ କରୋନା ଟିକା ଦିଆସରିଛି । ଏଥିମଧ୍ୟରୁ ୧୭.୨୦ କୋଟି ଲୋକଙ୍କୁ ଟିକାର ପ୍ରଥମ ଡୋଜ ଦିଆଯାଇଥିବା ବେଳେ ୫ କୋଟିରୁ ଉଦ୍ଧ୍ୱର୍ ଲୋକଙ୍କୁ ଦ୍ୱିତୀୟ ଡୋଜ ଦିଆସରିଛି । ଦେଶରେ କେବଳ ଶୁକ୍ରବାର ୩୩ ଲକ୍ଷ ୫୭ ହଜାର ୭୧୩ ଜଣଙ୍କୁ ଟିକାକରଣ କରାଯାଇଛି । ଶୁକ୍ରବାର ଦିନ ୧୮ ରୁ ୪୪ ବର୍ଷ ବୟସ୍କ ମୋଟ ୧୬ ଲକ୍ଷ ୨୩ ହଜାର ୬୦୨ ଜଣଙ୍କୁ ପ୍ରଥମ ଡୋଜ ଟିକା ଦିଆଯାଇଛି । ସେହିପରି ୩୧ ହଜାର ୨୧୭ ଜଣ ଦ୍ୱିତୀୟ ଡୋଜ ଟିକା ନେଇଛନ୍ତି । ମେ ୧ ରେ ଟୀକାକରଣ ଆରମ୍ଭ ହେବା ପରଠାରୁ, ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୨ କୋଟି ୫୮ ଲକ୍ଷ ୪୫ ହଜାର ୯୦୧ ଜଣଙ୍କୁ ପ୍ରଥମ ଡୋଜ ଏବଂ ୧,୧୮,୨୯୯ ଜଣଙ୍କୁ ଦ୍ୱିତୀୟ ଡୋଜ ଟିକା ଦିଆସରିଛି । ବିହାର, ଦିଲ୍ଲୀ, ଗୁଜୁରାଟ, ହରିୟାଣା, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ତାମିଲନାଡୁ, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ୧୮ ରୁ ୪୪ ବର୍ଷ ବୟସର ଏକ ଲକ୍ଷରୁ ଅଧିକ ଲୋକଙ୍କୁ ଏହି ଟିକା ଦିଆଯାଇଛି । ଦେଶରେ ମୋଟ ୨୨,୭୫,୬୭,୮୭୩ ଲୋକଙ୍କୁ ଟିକା ଦିଆଯାଇଛି । ସେଥିମଧ୍ୟରୁ ୯୯,୪୪,୫୦୭ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ ଏବଂ ୬୮,୪୦,୪୧୫ ଜଣ ଭ୍ୟାକସିନର ଦ୍ୱିତୀୟ ଡୋଜ ନେଇସାରିଛନ୍ତି । ଏହା ସହିତ ବର୍ତ୍ତମାନ ସୁଦ୍ଧା ୧,୬୦,୪୫,୭୪୭ ଆଗଧାଡିର କର୍ମୀଙ୍କୁ ପ୍ରଥମ ଟିକା ମିଳିଥିବାବେଳେ ୮୬,୩୪,୫୨୫ ଜଣଙ୍କୁ ଦ୍ୱିତୀୟ ଡୋଜ ଦିଆଯାଇଛି । ୬୦ ବର୍ଷରୁ ଅଧିକ ବୟସ୍କଙ୍କ ମଧ୍ୟରେ ୬,୦୧,୪୮,୩୫୪ ଲୋକଙ୍କୁ ଟୀକାକରଣର ପ୍ରଥମ ଡୋଜ ଦିଆଯାଇଛି ଏବଂ ୧,୯୧,୦୯,୧୯୩ ଲୋକଙ୍କୁ ଟିକାର ଦ୍ୱିତୀୟ ଡୋଜ ଦିଆଯାଇଛି ।

Leave A Reply

Your email address will not be published.