କରୋନା ତୃତୀୟ ଲହରରେ ପ୍ରଭାବିତ ହେବନି ଦିଲ୍ଲୀ, ମୁମ୍ବାଇ: ବିଶେଷଜ୍ଞ

0 68

ନୂଆଦଲ୍ଲୀ, ୮ ।୬: କରୋନା ଭାଇରସ ମହାମାରୀ ଦି୍ୱତୀୟ ଲହର ଦେଶରେ ମୋଟ ଜନସଂଖ୍ୟାର ମାତ୍ର ୫ ପ୍ରତିଶତଙ୍କୁ ପ୍ରଭାବିତ କରିଛି । ଗତବର୍ଷ ଦେଶରେ ଭୂତାଣୁ ସଂକ୍ରମଣ କାଳରେ ଯେଉଁମାନେ ଆକ୍ରାନ୍ତ ହୋଇଥିଲେ ସେହିମାନେ ହିଁ ଏହି ଲହରରେ ଗୁରୁତର ପ୍ରଭାବିତ ହୋଇଛନ୍ତି । ଟିକାକରଣର ଜାତୀୟ ବୈଷୟିକ ପରାମର୍ଶଦାତା ସମୂହ (ଏନଟିଏଜିଆଇ)ଙ୍କ କୋଭିଡ-୧୯ କାର୍ଯ୍ୟକାରୀ ଗ୍ରୁପ ଅଧ୍ୟକ୍ଷ ଡା.ଏନ.କେ. ଆରୋରା ଏହା କହିଛନ୍ତି । “ଆଉଟ ଲୁକ୍’ ସହ ଏକ ସାକ୍ଷାତକାରରେ ସେ କହିଥିଲେଯେ ଦିଲ୍ଲୀ ଓ ମୁମ୍ବାଇ ସମେତ ଦେଶର ଅନେକ ସହରରେ ଏତେମାତ୍ରାରେ ଲୋକେ ଦ୍ୱିତୀୟ ଲହରରେ ପ୍ରଭାବିତ ହୋଇଛନ୍ତି ଯେ ଏଠାରେ ତୃତୀୟ ଲହରର ଏବେ ଆଶଙ୍କାବି କରାଯାଇ ପାରୁନି । ଭାରତରେ କରୋନା ଦ୍ୱିତୀୟ ଲହରକୁ ଯଦି ବୈଶ୍ୱିକ ସ୍ତରରେ ଦେଖା ଯାଏ ତେବେ ମୋଟ ସଂକ୍ରମିତ ଜନ ସଂଖ୍ୟା ପ୍ରାୟ ୧ ପ୍ରତିଶତ ହେବ । ଏଣୁ ତୃତୀୟ ଲହରରେ ଏହି ଜନସଂଖ୍ୟା ପୁଣି ଆକ୍ରାନ୍ତ ହେବାର ସମ୍ଭାବନା ନାହିଁ । ସେହିପରି ଦେଶରେ ଲୋକଙ୍କ ସଂକ୍ରମିତ କରୁଥିବା ଭାଇରସ ଷ୍ଟ୍ରେନ ତୀବ୍ର ବ୍ୟାପୁଛି । ଏଥିରେ ଏତେ ମାତ୍ରାରେ ଲୋକେ ସଂକ୍ରମିତ ହୋଇଛନ୍ତି ଯେ ସେମାନଙ୍କ ଠାରେ ସୃଷ୍ଟି ହୋଇଥିବା ପ୍ରତିରକ୍ଷାରୁ ତୃତୀୟ ଲହରର ପରିକଳ୍ପନା ମଧ୍ୟ କରାଯାଇ ନପାରେ ବୋଲି ପ୍ରସିଦ୍ଧ ମହାମାରୀ ବୈଜ୍ଞାନିକ ଡା.ଜୟପ୍ରକାଶ ମୂଲିୟାଲ କହିଛନ୍ତି । ଏଣୁ ଯେଉଁ ପର୍ଯ୍ୟନ୍ତ ଭୂତାଣୁରେ ସେପରି କୌଣସି ବଡ ପରିବର୍ତ୍ତନ ନଆସିଛି କି ନୂଆ ଷ୍ଟ୍ରେନ ନ ଆସିଛି ସେ ପର୍ଯ୍ୟନ୍ତ ତୃତୀୟ ଲହରର ସମ୍ଭାବନା ନାହିଁ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.