ହୃଦୟ ବିଦାରକ :ଦୁର୍ଘଟଣାରେ ଯବାନଙ୍କ ସହ ଚାଲିଗଲେ ପତ୍ନୀ ଓ ପୁଅ

0 70

ଗୟା, ୮ ।୬ : ବିହାର ଗୁରରୁ ଥାନା ଡିହା ଗାଁର ଯବାନଙ୍କର ରବିବାର ଦିନ ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣା ସମୟରେ ତାଙ୍କ ସହ ତାଙ୍କ ପତ୍ନୀ ଓ ପୁଅ ମଧ୍ୟ ଥିଲେ । ଦୁର୍ଘଟଣାରେ ଯବାନ ପିଣ୍ଟୁ ସିଂହ, ପତ୍ନୀ କାଜଲ ଓ ପୁଅ ରେହାନର ମୃତ୍ୟୁ ହୋଇଛି । ସୋମବାର ଦିନ ଜବତ, ତାଙ୍କ ପତ୍ନୀ ଓ ପୁଅର ଅନ୍ତିମ ସଂସ୍କାର କରାଯାଇଛି । ଏହି ଦୃଶ୍ୟ ଦେଖି ସ୍ଥାନୀୟ ଲୋକଙ୍କ ଆଖିରୁ ଲୁହ ଝରିଥିଲା । ଦୁର୍ଘଟଣାରେ ପ୍ରାଣ ହରାଇଥିବା ପିଣ୍ଟୁ ଓ ତାଙ୍କ ପରିବାର ଖବର ଶୁଣି ପୁରା ଗାଁରେ ଶୋକାକୁଳ ପରିବେଶ ରହିଥିଲା । ଗୋଟିଏ ଜୁଇରେ ସ୍ୱାମୀ-ସ୍ତ୍ରୀଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା । ପୁଅକୁ ସାଇଡରେ ଦଫନ କରାଯାଇଥିଲା । ଏହି ଦୃଶ୍ୟ ସମସ୍ତଙ୍କୁ ଭାପ୍ରବଣ କରିଦେଇଥିଲା । ଅନ୍ତିମ ସଂସ୍କାର ପ୍ରକ୍ରିୟା ପୂର୍ବରୁ ଯବାନଙ୍କ ମୃତ ଶରୀର ଆର୍ମି କ୍ୟାମ୍ପ ନିଆଯାଇଥିଲା । ଗାଁରୁ ଅନେକ ଲୋକ ସକାଳୁ ଆର୍ମି କ୍ୟାମ୍ପରେ ପହଞ୍ଚି ଯାଇଥିଲେ । ଅପରାହ୍ନରେ ତ୍ରିରଙ୍ଗା ପତାକାରେ ଗୁଡାହୋଇଥିବା ପିଣ୍ଟୁ ସିଂହଙ୍କ ପାର୍ଥିବ ଶରୀରକୁ କୋସଡିହରା ଅଣାଯାଇଥିଲା । ସେନା ଯବାନ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ । ଗ୍ରାମବାସୀ ପିଣ୍ଟୁ ସିଂହଙ୍କୁ ଅନ୍ତିମ ବାଦ୍ୟ ଦେଇଥିଲେ । ପିଣ୍ଟୁ ସିଂହ ଓ ତାଙ୍କ ପତ୍ନୀଙ୍କୁ ତାଙ୍କ ପୁତୁରା ମୁଖାଗ୍ନି ଦେଲେ । ପିଣ୍ଟୁ ମଥୁରାରେ ଆର୍ମି ହସ୍ପିଟାଲରେ ନର୍ସିଙ୍ଗ ଷ୍ଟାଫ ଭାବେ କାର୍ଯ୍ୟରତ ଥିଲେ । କିଛିଦିନ ପୂର୍ବରୁ ତାଙ୍କର ପଦୋନ୍ନତି ହୋଇଥିଲା । ପିଣ୍ଟୁ ସିଂହ ଗୟା ଜିଲ୍ଲାର ଗୁରୁରୁ ବ୍ଲକର ଡିହା ପଞ୍ଚାୟତରେ ନୂଆ ଘର ନିର୍ମାଣ କରିଥିଲେ । ଗୃହ ପ୍ରବେଶ ପାଇଁ ସେ ମାସେ ଛୁଟିନେଇ ଆସିଥିଲେ । ରବିବାର ବିଳମ୍ବିତ ରାତିରେ ଏକ ବାଲାଷ୍ଟୋଡ୍ ଟ୍ରକ୍ ତାଙ୍କ କାର ଉପରେ ଓଲଟି ପଡିଥିଲା । ଏଥିରେ ପିଣ୍ଟୁ ତାଙ୍କ ପତ୍ନୀ ଏବଂ ପୁଅର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଦୁର୍ଘଟଣାରେ ତାଙ୍କର ୭ ବର୍ଷର ଝିଅର ଜୀବନ ବଞ୍ଚିଯାଇଛି । ପୋଷ୍ଟମର୍ଟମ ପରେ ସମସ୍ତଙ୍କ ମୃତଦେହକୁ ଆର୍ମି ହସ୍ପିଟାଲ ଅଣାଯାଇଥିଲା ଏବଂ କାଗଜପତ୍ର କାମ ପରେ ସେନା ଗାଡିରେ ଶ୍ମଶାନ ନିଆଯାଇଥିଲା ।

Leave A Reply

Your email address will not be published.