ଜଳିଗଲା ବାୟୁସେନା ବିମାନ: ୧୨ ମୃତ

0 71

ମାଣ୍ଡାଲେ, ୧୦ ।୬: ମିଆଁମାର ମାଣ୍ଡାଲେ ସହର ନିକଟରେ ଗୁରୁବାର ଏକ ବାୟୁସେନା ବିମାନ ଦୁର୍ଘଟଣାରେ ଜଳି ଯାଇଛି । ଫଳରେ ଏଥିରେ ଯାତ୍ରା କରୁଥିବା ଅନୁନ୍ୟ ୧୨ ଜଣ ପ୍ରାଣ ହରାଇଥିବା ଆକଳନ କରାଯାଉଛି । ତେବେ ଦୁର୍ଘଟଣାରେ ବିମାନର ପାଇଲଟ ଓ ଅନ୍ୟ ଜଣେ ଆଶ୍ଚର୍ଯ୍ୟଜନକ ଭାବେ ବର୍ତ୍ତି ଯାଇଛନ୍ତି । ଗୁରୁତର ଆହତ ୨ ଜଣଙ୍କୁ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେନା ବିମାନଟି ପାୟତାୱରୁ ପାଇନ୍ ଉଲ୍ୱିନ୍ ଯାଉଥିବା ବେଳେ ସକାଳ ପ୍ରାୟ ୮ଟା ବେଳେ ଖସିପଡିଥିଲା । ଦୁର୍ଘଟଣା କାଳରେ ବିମାନରେ ଚାଳକଙ୍କୁ ମିସାଇ ମୋଟ ୧୪ ଜଣ ଥିଲେ । ତେବେ ଏଥିରୁ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ ପ୍ରଶାସନ ପରିଷଦର ସୂଚନା ଟିମ୍ ମେଜର ଜେନେରାଲ ଜାଓ ମିନ୍ ଟୁନ୍ ସୂଚିତ କରିଛନ୍ତି । ବିମାନରେ ୬ ଜଣ ସେନା କର୍ମଚାରୀ ଓ କିଛି ବୌଦ୍ଧ ଭିକ୍ଷୁ ଯାତ୍ରା କରୁଥିଲେ । ଏକ ବୌଦ୍ଧ ମଠରେ ଅନୁଷ୍ଠିତ ଉତ୍ସବରେ ଏମାନେ ଯୋଗ ଦେବାକୁ ଯାଉଥିବା ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ଦୁର୍ଘଟଣା ସୂଚନା ପାଇ ମାଣ୍ଡାଲେ ଅଗ୍ନିସମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ସହ ଉଦ୍ଧାର କାର୍ଯ୍ୟ କରିଥିଲେ ।

Leave A Reply

Your email address will not be published.