ମୋଦି-ଯୋଗୀ ଆଲୋଚନା : ଉତ୍ତରପ୍ରଦେଶରେ ବଡ଼ ପରିବର୍ତ୍ତନର ଆଭାସ

0 74

ନୂଆଦିଲ୍ଲୀ, ୧୧ ।୬: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଦଳୀୟ ନେତୃତ୍ୱ ପରିବର୍ତ୍ତନକୁ ନେଇ ଚାଲିଥିବା ଛକାପଞ୍ଝା ତୀବ୍ର ହେବାରେ ଲାଗିଛି । ଗୁରୁବାର ଠାରୁ ଦିଲ୍ଲୀରେ ଡେରା ପକାଇ ବସିଥିବା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିଛନ୍ତି । ଗତକାଲି ସେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହ ମଧ୍ୟ ବୈଠକ କରିଥିଲେ । ଆଜି ମଧ୍ୟାହ୍ନରେ ଯୋଗୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାସଭବନରେ ପହଞ୍ଚଥିଲେ । ଏହାପରେ ଉଭୟ ପ୍ରାୟ ଘଣ୍ଟାଏରୁ ଅଧିକ ସମୟ ଧରି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି । ଏହାପରେ ସେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନ‡ାଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି । ଯୋଗୀ ସରକାର ରାଜ୍ୟରେ କରୋନାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବାରୁ ଦଳର ଛବି ମଳିନ ପଡ଼ିଛି । ସେହିପରି କଂଗ୍ରେସରୁ ଆସି ଜିତିନ ପ୍ରସାଦ ମଧ୍ୟ ବିଜେପି ମିଶିଛନ୍ତି । ଯୋଗୀଙ୍କ ନେତୃତ୍ୱକୁ ଦଳ ଭିତରୁ ବିରୋଧ କରାଯାଉଛି । ଏସବୁ ବାବଦରେ ମୋଦି ବିସ୍ତୃତ ଭାବେ ଯୋଗୀଙ୍କ ସହ ଆଲୋଚନା କରିଛନ୍ତି । ଆସନ୍ତାବର୍ଷ ହେବାକୁ ଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟ ବିଜେପିରେ ବଡ଼ଧରରଣ ପରିବର୍ତ୍ତନ ଘଟିବ ବୋଲି ସମ୍ଭାବନା ରହିଛି । ମୋଦିଙ୍କ ସହ ବୈଠକ ପରେ ଯୋଗୀ ଟ୍ୱିଟ କରିଛନ୍ତି । ସେ ମୋଦିଙ୍କ ସହ ଆଲୋଚନା କରିବା ବେଳର ଫଟୋ ଏଥିରେ ରହିଛି । ସେ ଲେଖିଛନ୍ତ ଆଜି ଆଦରଣୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କୁ ନୂଆଦିଲ୍ଲୀରେ ଭେଟିବାର ସୌଭାଗ୍ୟ ପ୍ରାପ୍ତ କରିଛି । ତାଙ୍କ ମାର୍ଗଦର୍ଶନ ମଧ୍ୟ ପ୍ରାପ୍ତ ହୋଇଛି । ସେ କାର୍ଯ୍ୟବ୍ୟସ୍ତତା ମଧ୍ୟରେ ମୋ ପାଇଁ ସମୟ ବାହାର କରି ଆଲୋଚନା କରିଥିବାରୁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି । ମୋଦିଙ୍କ ବାସଭବନରୁ ବାହାରିବା ପରେ ଯୋଗୀ ସିଧା ଜେପି ନ‡ାଙ୍କ ଘରେ ପହଞ୍ଚିଥିଲେ । ତାଙ୍କ ସହ ଯୋଗୀ ଦୀର୍ଘ ଦେଢ଼ ଘଣ୍ଟା ଆଲୋଚନା କରିଥିଲେ । ଜେପି ନ‡ା ଟ୍ୱିଟ କରି କହିଛନ୍ତି, ଉତ୍ତର ପ୍ରଦେଶର ସଫଳ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଲି ।

Leave A Reply

Your email address will not be published.