ସୋନି ବ୍ରାଭିଆ ଏକ୍ସ୯୦ଜେ ସିରିଜର ବଜାର ପ୍ରବେଶ

0 76

ଭୁବନେଶ୍ୱର : ସୋନି ଇଣ୍ଡିଆ ଆଜି ବିଶ୍ୱର ପ୍ରଥମ କଗ୍ନିଟିଭ୍ ଇଣ୍ଟେଲିଜେନ୍ସି ଟିଭି ସିରିଜ୍ ବ୍ରାଭିଆ ଏକ୍ସ୯୦ଜେ ଘୋଷଣା କରିଛି । ଏହି ଉଚ୍ଚ ଶକ୍ତି ଟେଲିଭିଜନରେ କଗ୍ନିଟିଭ୍ ପ୍ରୋସେସର୍ ଏକ୍ସଆର୍ ଅଛି ଯାହା ମାନବ ଜ୍ଞାନଗତ ବୈଶିଷ୍ଟ୍ୟକୁ ପ୍ରତିଫଳିତ କରେ । ଏହା ଏକ ବାସ୍ତବବାଦୀ ଏବଂ ଇମର୍ସିଭ୍ ଅଭିଜ୍ଞତା ପ୍ରଦାନ କରେ ଯାହା ଶବ୍ଦକୁ ୫.୧.୨ ଚ୍ୟାନେଲକୁ ଅପସ୍କାଲ କରି ଉପରୁ ତଳ ଏବଂ ବାମରୁ ଡାହଣକୁ ଘେରି ରହି ଧ୍ୱନିକୁ ଅ”ର୍ଭୁକ୍ତ କରେ, ଯାହା ଚିତ୍ର ଏବଂ ଧ୍ୱନିର ସମ୍ବେଦନଶୀଳତା ନିକଟତର ଅନୁଭବ କରିପାରିବେ । ଏକ ଫୁଲ୍ ଆରେ ଲେଡ୍ ପ୍ୟାନେଲର ସଠକତା ସହିତ ମିଳିତ, ଏକ୍ସଆର ଟ୍ରିଲୁମିନସ୍ ପ୍ରୋ ଏବଂ ଏକ୍ସଆର କଟ୍ରାଷ୍ଟ ବୁଷ୍ଟର, ନୂତନ ଏକ୍ସ୯୦ଜେ ସିରିଜ୍ ପୂର୍ବଅପେକ୍ଷା ସର୍ବୋଚ୍ଚ ବାସ୍ତବତା ଏବଂ ଏକ ଅବିଶ୍ୱନୀୟ ବିସ୍ତୃତ ଚିତ୍ର ଉତ୍ପାଦନ କରେ । ନବୀନତ୍ତମ ଏକ୍ସଆର ମୋସନ୍ କ୍ଲାରିଟି ଟେକ୍ନୋଲୋଜି କ୍ରସ୍-ବିଶ୍ଲେଷଣ କରି ନିଶ୍ଚିତ କରେ ଯେ କାର୍ଯ୍ୟ ସୁଗମ, ଉଜ୍ଜ୍ୱଳ ଏବଂ ସ୍ପଷ୍ଟ ରହିଥାଏ । ଏକ୍ସଆର ସରାଉଣ୍ଡ ସହିତ, ୩ଡି ସରାଉଣ୍ଡ ଅପସ୍କାଲିଂ ଏବଂ ଆକଷ୍ଟିକ୍ ମଲ୍ଟି-ଅଡିଓ ଇମର୍ସିଭ୍ ଶବ୍ଦ ଅଭିଜ୍ଞତା ଉପଭୋଗ କରାଏ ଯାହା ଭିଜୁଆଲ୍ ସହିତ ସମ୍ପୂର୍ଣ୍ଣ ସମାନ ହୋଇଥାଏ । ୪କେ ୧୨୦ଏଫ୍ପିଏସ୍, ଭେରିଏବଲ୍ ରିଫ୍ରେସ୍ ରେଟ୍(ଭିଆରଆର) ଅଟୋ ଲୋ ଲାଟେନ୍ସି ମୋଡ୍(ଏଏଲ୍ଏଲ୍ଏମ୍) ଏବଂ ଇ-ଏଆରସି ସହିତ ଏଚ୍ଡିଏମ୍ଆଇ ୨.୧ ସୁସଙ୍ଗତତା ସହିତ ଉତ୍ସର୍ଗୀକୃତ ମୋଡ୍ ସହ ଆପଣଙ୍କ ଗେମିଂ ଅଭିଜ୍ଞତାକୁ ପରିବର୍ତ୍ତନ କରେ । ଗୁଗୁଲ୍ ଆସିସ୍ଟାଣ୍ଟ ଦ୍ୱାରା ପରିଚାଳିତ ଗୁଗୁଲ୍ ଟିଭି ଭଏସ୍ ମନୋରନ ପ୍ରଦାନ କରେ । ଏହା ଭାରତର ୧୦ ଜୁନ୍ ପରଠାରୁ ପ୍ରମୁଖ ଇଲେକ୍ଟ୍ରୋନିକ୍ ଦୋକାନ, ସୋନି ସେଣ୍ଟର ଏବଂ ଇ-କମର୍ସ ପୋର୍ଟାଲ୍ରେ ମାତ୍ର ୧୩୯,୯୯୦/- ଟଙ୍କାରେ ଉପଲବ୍ଧ ।

Leave A Reply

Your email address will not be published.