ଜୁନ୍ ରେ ୮% ଅଧିକ ବର୍ଷା

0 84

ଭୁବନେଶ୍ୱର :୧ ଜୁନରୁ ୨୧ ଜୁନ ୨୦୨୧ ସୁଦ୍ଧା ଓଡ଼ିଶାରେ ୧୩୬.୩ ମିମି ବର୍ଷା ଅନୁଭୂତ ହୋଇଛି ଯାହା ସ୍ୱାଭାବିକ ବର୍ଷା ୧୨୬.୬ ମିମିଠାରୁ ୮% ଅଧିକ ରହିଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । ରାୟଗଡା, ଗଞ୍ଜାମ, ଗଜପତି, ନୟାଗଡ, ଯାଜପୁର, ଭଦ୍ରକ, ଏବଂ କେନ୍ଦୁଝର ଆଦି ୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ଅନୁଭୂତ ହେଇଛି, ଯାହା ସ୍ୱାଭିବିକ ବର୍ଷାଠାରୁ ୨୦ ରୁ ୫୯% ଯାଏଁ କମ ରହିଛି ।

ତେବେ ୩ ଜିଲ୍ଲା ଯଥା ସୁନ୍ଦରଗଡ଼, ଝାରସୁଗୁଡା, ଏବଂ କୋରାପୁଟ ଜିଲ୍ଲାରେ ସ୍ୱାଭାବିକଠାରୁ ଅତ୍ୟଧିକ ଅର୍ଥାତ ୬୦% କିମ୍ବା ତାଠାରୁ ଅଧିକ ବର୍ଷା ଅନୁଭୂତ ହେଇଛି । ୮ଜିଲ୍ଲା ଯଥା କଟକ, ପୁରୀ, ଦେବଗଡ,ସମ୍ବଲପୁର, ବରଗଡ, ସୋନପୁର, ନୂଆପଡା ଏବଂ ମାଲକାନଗିରିରେ ସ୍ୱାଭାବିକ ଠାରୁ ୨୦ ରୁ ୫୯ ପ୍ରତିଶତ ଯାଏଁ ଅଧିକ ବର୍ଷା ରେକର୍ଡ ହୋଇଥିବା ବେଳେ ଅବଶିଷ୍ଠ ୧୨ ଜିଲ୍ଲାରେ ସ୍ୱାଭାବିକ ବର୍ଷା ଅନୁଭୂତ ହୋଇଛି ।

Leave A Reply

Your email address will not be published.