ଲଦାଖ ସୀମାରେ ସୈନ୍ୟ ବଢାଉଛି ଚୀନ : ଜବାବରେ ୫୦ ହଜାର ସେନା ଠୁଳ କଲା ଭାରତ

0 73

ନୂଆଦିଲ୍ଲୀ :ଭାରତ ଓ ଚୀନ ମଧ୍ୟରେ ଲାଗିଥିବା ସୀମା ବିବାଦକୁ ମେଣ୍ଟାଇବାକୁ ଚୀନ ଓ ଭାରତ ମଧ୍ୟରେ ଅନେକଥର ବୈଠକ ହୋଇ ସାରିଛି । ହେଲେ ଏହି ବୈଠକରୁ କିଛି ନିଷ୍କର୍ସ ବାହାରିପାରି ନଥିବାବେଳେ ଏବେ ଲଦାଖ ସୀମାରେ ପୁଣିଥରେ ଚୀନ ସେନା ଠୁଳ କରୁଥିବା ସୂଚନା ମିଳିଛି । ଚୀନର ଏଭଳି କାର୍ଯ୍ୟକୁ ଦେଖି ଭାରତ ବି ଜବାବ୍ ଦେବାକୁ ପ୍ରସ୍ତୁତ ହୋଇଛି । ଭାରତ ପକ୍ଷରୁ ମଧ୍ୟ ଲଦାଖ ସୀମାରେ ୫୦ ହଜାର ସୈନ୍ୟ ଠୁଳ କରାଯାଇଛି । ଉଭୟ ପକ୍ଷରୁ ସୀମାରେ ସେନା ଠୁଳ କରିବା ପରେ ଯୁଦ୍ଧ ପରିସ୍ଥିତି ଦେଖାଦେଇଛି । ସୂଚନା ମୁତାବକ ପୂର୍ବବର୍ଷ ହୋଇଥିବା ଲଢେଇରେ ଚୀନ ପକ୍ଷରୁ ଯେତେ ସୈନିକ ଠୁଳ କରାଯାଇଥିଲା ସେହି ତୁଳନାରେ ଏବେ ୧୫ ପ୍ରତିଶତ ଅଧିକ ସେନା ଠୁଳ କରିଥିବା କୁହାଯାଇଛି ।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଭାରତ ପକ୍ଷରୁ ସୀମାରୁ ସେନା ପ୍ରତ୍ୟାହାର ନେଇ ଚୀନ ସହିତ ଆଲୋଚନା କରିବାର କିଛିମାସ ପରେ ଏବେ ପିପୁଲ୍ସ ଲିବରସେନ ଆର୍ମି ସୀମାରେ ସୈନିକ ସଂଖ୍ୟା ବଢାଇ ପାଖାପାଖି ୫୦ ହଜାରରେ ପହଞ୍ଚାଇଛି । ଏହା ନିଶ୍ଚିନ୍ତ ଭାବେ ଭାରତ ପାଇଁ ଚିନ୍ତାର ବିଷୟ ପାଲଟିଛି । ଏଲ୍ଏସି ସହିତ ଲଦାଖରେ ଚୀନ ସେନାକୁ ଜବାବ୍ ଦେବାକୁ ଭାରତ ଅତିରିକ୍ତ ଷ୍ଟ୍ରାଇକ ଫୋର୍ସ ଠୁଳ କରିଛି । ମଥୁରାରେ ପ୍ରସ୍ତୁତ ହୋଇଥିବା ଷ୍ଟ୍ରାଇକ୍ ଫୋର୍ସକୁ ବି ଲଦାଖର ଉତ୍ତର ସୀମାକୁ ପଠାଯାଇଛି । ଏହାସହ ୧୭ ମାଉଣ୍ଟେନ ଷ୍ଟ୍ରାଇକ୍ ଫୋର୍ସର ଅତିରିକ୍ତ ୧୦ ହଜାର ଯବାନଙ୍କୁ ବି ଏଲ୍ଏସିରେ ଠୁଳ କରାଯାଇଥିବା କଥା ସୂଚନା ମିଳିଛି । ସେପଟେ ଭାରତୀୟ ବାୟୁସେନା ବି ତାର କାର୍ଯ୍ୟ ଆରମ୍ଭ କରିଛି । ରାଫେଲ ସହିତ ମିଗ୍-୨୯ ଓ ସୁ-୩୦ ଜାହଜକୁ ଟୁକଡି ଉତ୍ତର ସୀମାରେ ସକ୍ରିୟ ରହିବା ସହ ରାଫେଲର ଦ୍ୱିତୀୟ ସ୍କ୍ୱାଡେନ୍କୁ ଅପରେଶନରେ ନିଯୁକ୍ତ କରାଯାଇପାରେ ।

Leave A Reply

Your email address will not be published.