ଜଗା-ବଳିଆଙ୍କୁ ପାଟ ରାକ୍ଷୀ ବାନ୍ଧିଲେ ଗେହ୍ଲି ଭଉଣୀ ସୁଭଦ୍ରା

0 69

ପୁରୀ : ରବିବାର ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଭାଇଭଉଣୀଙ୍କ ସ୍ନେହ ସମ୍ପର୍କର ପ୍ରତୀକ ହେଉଛି ରକ୍ଷା ବନ୍ଧନ । ଖାଲି ମଣିଷ ନୁହେଁ ଭଗବାନ ମଧ୍ୟ ସାମିଲ ହୋଇଥାଆନ୍ତି ଏହି ପବିତ୍ର ପରମ୍ପରାରେ । ଶ୍ରୀମନ୍ଦିରରେ ପ୍ରଭୁ ଶ୍ରୀଜଗନ୍ନାଥ ଓ ବଳଭଦ୍ରଙ୍କୁ ରାକ୍ଷୀ ପିନ୍ଧାଇଥାନ୍ତି ଭଉଣୀ ସୁଭଦ୍ରା । ଶ୍ରୀମନ୍ଦିରରେ କଳାଠାକୁର ଓ ବଡ ଠାକୁରଙ୍କ ହାତରେ ରାଖୀ ବାନ୍ଧିଲେ ଗେହ୍ଲୀ ଭଉଣୀ ସୁଭଦ୍ରା । ପବିତ୍ର ରକ୍ଷା ବନ୍ଧନରେ ଭାଇ ହାତରେ ରାକ୍ଷୀ ବାନ୍ଧିଛନ୍ତି ଭଉଣୀ । ଗହ୍ମା ପୂର୍ଣ୍ଣିମାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ବଡ଼ଭାଇ ବଳବଦ୍ରଙ୍କ ହାତରେ ରାକ୍ଷୀ ବାନ୍ଧିଥାଆନ୍ତି ସୁଭଦ୍ରା ।

ଏଥିପାଇଁ ଶ୍ରୀମନ୍ଦିରର ପାଟରା ବିଶୋଇ ସେବାୟତଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥାଏ ସ୍ୱତନ୍ତ୍ର ପାଟ ରାକ୍ଷୀ ଓ ଗୁଆମାଳ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଥିବା ବାସୁଙ୍ଗା ପାଟରେ ପ୍ରଭୁଙ୍କ ପାଇଁ ୪ଟି ରଙ୍ଗର ରାକ୍ଷୀ ତିଆରି ହେଉଛି । ଏହାସହ ୫୪ଟି ଲେଖାଏଁ ଗୁଆରେ ୪ଟି ଗୁଆମାଳ ମଧ୍ୟ ପ୍ରସ୍ତୁତ କରିଛନ୍ତି ପାଟରା ବିଶୋଇ ସେବାୟତ । ହଳଦିଆ, ନାଲି ରଙ୍ଗର ରାଖୀ ଜଗନ୍ନାଥଙ୍କୁ ପିନ୍ଧା ଯାଉଥିବା ବେଳେ ହଳଧର ପିନ୍ଧନ୍ତି ନେଳି ଓ ବାଇଗଣୀ ରଙ୍ଗର ରାକ୍ଷୀ । ଗହ୍ମା ପୂର୍ଣ୍ଣିମା ଦିନ ଗୋପାଳବଲ୍ଲଭ ଧୂପ ପରେ ପାଟେରା ବିଶୋଇ ସେବାୟତମାନେ ରାକ୍ଷୀ ଓ ଗୁଆମାଳ ମେକାପକୁ ଦେଇଥାଆନ୍ତି । ସିଂହାରି ସେବକମାନେ ମହାପ୍ରଭୁଙ୍କ ରାକ୍ଷୀ ଲାଗି କରନ୍ତି । ଏହାସହ ଶ୍ରମନ୍ଦିରରେ ବଳଭଦ୍ରଙ୍କ ଜନ୍ମତ୍ସୋବ ନୀତି ଅନୁଷ୍ଠିତ ହୋଇଥାଏ । ଚଳିତ ବର୍ଷ ମହାମାରୀ କରୋନା କଟକଣା ଭିତରେ ନୀତିକାନ୍ତି କରାଯାଉଛି । ସ୍ନାନପୂର୍ଣ୍ଣିମା ରଥଯାତ୍ରା ଭଳି ଶ୍ରୀଜୀଉଙ୍କ ରକ୍ଷାବନ୍ଧନ ନୀତି ମଧ୍ୟ ଦେଖିପାରିଲେ ନାହିଁ ଶ୍ରଦ୍ଧାଳୁ ।

Leave A Reply

Your email address will not be published.