ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଲକ୍ଷ୍ମୀ ମିତ୍ତଲ : କେନ୍ଦ୍ରାପଡ଼ାରେ ଷ୍ଟିଲ୍ ପ୍ଲାଣ୍ଟ ନେଇ ଆଶା ଉଜ୍ଜୀବିତ

0 71

ଭୁବନେଶ୍ୱର : କେନ୍ଦ୍ରାପଡ଼ାରେ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ ପ୍ଲାଣ୍ଟ ପାଇଁ ପ୍ରୟାସ ଆରମ୍ଭ ଆଉ ପାଦେ ଆଗେଇଲା । ଏଥିନେଇ ଆର୍ସେଲ ମିତ୍ତଲ ମୁଖ୍ୟ ଏଲ.ଏନ୍.ମିତ୍ତଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି । ନିବାନ ନିବାସରେ ମୁଖ୍ୟମନ୍ତ୍ରୀ ଓ ମିତ୍ତଲ ପାଖାପାଖି ଏକ ଘଣ୍ଟା ଧରି କଥାବାର୍ତ୍ତା କରିଥିବା ଜଣାପଡ଼ିଛି । ୫୦ହଜାର କୋଟି ଟଙ୍କା ନିବେଶରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ଷ୍ଟିଲ ପ୍ଲାଣ୍ଟ କରିବା ପାଇଁ ରାଜ୍ୟ ସରକାରଙ୍କ ସହ ଏମ୍ଓୟୁ କରିଛି ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ ଇଣ୍ଡିଆ । ଏହାର ଉତ୍ପାଦନ କ୍ଷମତା ରହିଛି ବର୍ଷକୁ ୧୨ ମିଲୟନ୍ ଟନ୍ । ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପୂର୍ବରୁ ଶ୍ରୀ ମିତ୍ତଲ ଗସ୍ତ କରିଥିଲେ । ସେ ସେଠାରେ ଆର୍ସେଲର ନିପ୍ପନ ଷ୍ଟିଲ ଇଣ୍ଡିଆ କମ୍ପାନୀ ପରିଦର୍ଶନ କରିବା ସହ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ । ପାରାଦ୍ୱୀପ ବନ୍ଦର ଉପାଧ୍ୟକ୍ଷ ଓ ଅନ୍ୟ ଅଧିକାରୀଙ୍କ ସହ ପାରିପାଶ୍ୱର୍ିକ ସ୍ଥିତି ଅନୁଧ୍ୟାନ କରିଥିଲେ । ପ୍ଲାଣ୍ଟ ହେଲେ ଏଠାକୁ ଆସିଥିବା ଥିବା କଞ୍ଚାମାଲ୍ ଓ ସାମଗ୍ରୀ ପରିବହନ ସମ୍ପର୍କରେ ପଚାରି ବୁଝିଥିଲେ ।

ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡ଼ାରେ ୫୦ ହଜାର କୋଟି ଟଙ୍କା ବ୍ୟୟରେ ଏକ ପ୍ରକଳ୍ପ ପାଇଁ ଯୋଜନା ରହିଛି । ଚଳିତ ମାର୍ଚ୍ଚ ମାସରେ ରାଜ୍ୟ ସରକାରଙ୍କ ସହ ନିପ୍ପନ ଷ୍ଟିଲ ସହ ଏମ୍ଓୟୁ ସ୍ୱାକ୍ଷରିତ ହୋଇଥିଲା । ଏହାପରେ ପାରାଦୀପ ବନ୍ଦର ପ୍ରଶାସନିକ ଭବନରେ ପହଞ୍ଚି ବନ୍ଦର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି ।

Leave A Reply

Your email address will not be published.