ଟିଟିଲାଗଡ଼ ସାଉଣ୍ଡ ଏବଂ ଲାଇଟ ଆସୋସିଏସନ ତରଫରୁ ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଦାବି ପତ୍ର ପ୍ରଦାନ

0 48

ଟିଟିଲାଗଡ : ମଙ୍ଗଳବାର ସକାଳ ୧୧ ଟା ସମୟରେ ମା ଘଣ୍ଟାଶୁଣିଙ୍କ ମନ୍ଦିରରୁ ଏକ ବିରାଟ ଶୋଭାଯାତ୍ରାରେ ଟିଟିଲାଗଡ଼ ସାଉଣ୍ଡ ଏବଂଲାଇଟ ଆସିଶିଏସନର ସଦସ୍ୟ ମାନେ ବାହାରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ସହାୟକ ଜିଲ୍ଲାପାଳ ଡ ଲଳିତ ବାଗଙ୍କୁ ପ୍ରଦାନ କରିଛନ୍ତି। କରୋନା ସଂକ୍ରମଣ ରୋକିବାକୁ ସରକାର ଭିଡ଼ ହେଉଥିବା ସମସ୍ତ ବ୍ୟବସାୟ ଯେମିତିକି ସପିଙ୍ଗ ମଲ, ସିନେମା ହଲ, ସଭା ସମିତି, ବାହାଘର, ବ୍ରତ , ଦଶାହ କାର୍ଯ୍ୟକ୍ରମରେ ମଧ୍ଯ କୋଭିଡ ଗାଇଡ ଲାଇନ ଲାଗୁ କଲେ, ଏହି କୋଭିଡ ସମୟରେ ବହୁତ ଲୋକ ନିଜର ଜୀବିକା ମଧ୍ଯ ହରାଇଲେ। ଧିରେ ଧିରେ କୋଭିଡ ସଂକ୍ରମଣ କମିବା ପରେ ସରକାର ନିୟମରେ କୋହଳ କରି ସବୁ ବ୍ୟବସାୟ ଖୋଲିବା ପାଇଁ ନିର୍ଦ୍ଦେଶ ଦେଲେ। ଏଥର ଯେତେବେଳେ ସପିଙ୍ଗ ମଲ, ସିନେମା ହଲ, ଧାର୍ମିକ ଅନୁଷ୍ଠାନ ଖୋଲିବା ପାଇଁ ସରକାର କହିଲେଣି, ଆମ ସାଉଣ୍ଡ, ଲାଇଟ ଏବଂ ଡିଜେ ୱାଲ।ଙ୍କୁ କାହିଁକି ଅନୁମତି ପ୍ରଦାନ କରାଯାଉ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ସଭାପତି ମନୀଷ ସୁନା।

ରାଜନୈତିକ ଦଳ ମାନେ ସଭା କଲେ ସେଠାରେ ସାଉଣ୍ଡ ଲାଗିବ କିନ୍ତୁ କାରୋନା ହେଉନି, ବିବାହ ଭୋଜିରେ ଶହ ଶହ ଲୋକ ଖାଉଛନ୍ତି ସେଠାରେ କରୋନା ହେଉନି, ବଡ ବଡ ସପିଙ୍ଗ ମଲ, ସିନେମା ହଲ ଖୋଲିଲ ସେଠୀ କରୋନା ହେଉନି, କିନ୍ତୁ ଆମେ ସାଉଣ୍ଡ କି ଡିଯେ ଲଗାଇଲେହିଁ କରୋନା ହେବ କି ? ଆମେ ନିଜସ୍ଵ ଖର୍ଚ୍ଚରେ ଲକ୍ଷ ଲକ୍ଷ ଟଙ୍କା ଲଗେଇ ନିଜର ଜୀବିକା ନିର୍ବାହ କରୁଚୁ, ଆମ ଘର ସଂସାର ଚଳାଉଛୁ, ଆମ ପ୍ରତି ସରକାରଙ୍କ ଦରଦ ନାହିଁ, ଯାତ୍ରା କରିପାରିବେ କିନ୍ତୁ ଆମକୁ କଣ ପାଇଁ ଅନୁମତି ପ୍ରଦାନ କରାଯାଉ ନାହିଁ ବୋଲି ସରକାରଙ୍କୁ ପ୍ରଶ୍ନ କରିବା ସହ ଆମ ବ୍ୟବସାୟ ଆରମ୍ଭ କରିବା ପାଇଁ ଅନୁମତି ଦିଅନ୍ତୁ ନ ହେଲେ ଆଗାମୀ ଦିନରେ ଆମେ ରାଜରାସ୍ତାକୁ ଓହ୍ଲାଇବା କୁ ବାଧ୍ୟ ହେବୁ ବୋଲି କହିଛନ୍ତି। ଏହି ରେଲୀରେ ସଭାପତି ମନିସ ସୁନା, ଉପସଭାପତି ସିମନ ଜାଲ, ରସିକ ପୋଡ଼, କୋଷାଧ୍ୟକ୍ଷ ମୁରଲୀ ପଟେଲ, ଉପଦେଷ୍ଟା ଧ୍ରୁବ ରାଜ ମାଝୀ, ଧୀରେନ୍ଦ୍ର ସାହୁ, ଯୁଗଲ ନାଗ, ରାଜୁ ବାଗଙ୍କ ସମେତ ଆଖ ପାଖ ଅଞ୍ଚଳର ତଥା ପ୍ରତି ବ୍ଲକ ଅଞ୍ଚଳରୁ ଆସିଶିଏସନର ମାଲିକ ଏବଂ ସଦସ୍ୟ ମାନେ ଆସି ଯୋଗ ଦେଇଥିଲେ।

Leave A Reply

Your email address will not be published.