ବୋରିଗୁମ୍ମା ମେଡିକାଲରେ ସ୍ୱାସ୍ଥ୍ୟ ସେବାର ମାନ ପରଖିଲେ ରାଜ୍ୟ ଟିମ

0 80

ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଟିସ୍ୱାସ୍ଥ୍ୟ କେନ୍ଦ୍ର ର  ସ୍ୱାସ୍ଥ୍ୟ ସେବା କୁ ପରଖି ଛନ୍ତି ଦୁଇ ଜଣିଆ ରାଜ୍ୟ ସ୍ତରୀୟ ଟିମ। ବୁଧବାର ସକାଳ ୯ଘଣ୍ଠ ରେ ପହଞ୍ଚି ଦୀର୍ଘ ୫ଘଣ୍ଠା ଧରି  ବୋରିଗୁମ୍ମା ମେଡିକାଲ ରେ ସ୍ୱାସ୍ଥ୍ୟ ସେବାର ମାନକୁ  ପରଖିଛି ଏହି ଟିମ । ତାଙ୍କ ସହ  ଏଡିଏମ  ଅରୁଣପାଢ଼ୀ ଅନ୍ୟ ଜଣେ ଅଧିକାରୀ ରହିଛନ୍ତି।।ବିଶେଷ କରି ସ୍ୱାସ୍ଥ୍ୟକର୍ମୀଙ୍କ ଦକ୍ଷତା, ନିରାମୟରେ ମହଜୁଦ ଔଷଧ ଇ ଏହାର ବଣ୍ଟନ, ରୋଗୀରଙ୍କୁ କିଭଳି ସ୍ୱାସ୍ଥ୍ୟ ସେବା ସେବା ଯୋଗା ଯାଉଛି, ସଠିକ ସମୟ ରେ କର୍ମଚାରୀ ନିଜର ଦାଇତ୍ୱ କିଭଳି  ତୁଲାଉଛନ୍ତି ,ମେଡିକାଲ ରେ ଅନୁସଂଘୀକ ଉପକରଣ  ଏବଂ ତାହାର କାର୍ଯ୍ୟକାରିତା, ପରିଷ୍କାର ଓ ସ୍ବଛତା କ୍ଷେତ୍ର ରେ କେତେ ଯତ୍ନବାନ ମେଡିକାଲ କତ୍ତୃପକ୍ଷ ଏଭଳି ୧୨ ଟି ବିଭାକୁ ନେଇ ଯାଞ୍ଚ କରିଥିଲେ ।

ଦୀର୍ଘ ୨ଘଣ୍ଠା ଧରି ମେଡିକାଲ ର ସମସ୍ତ କର୍ମଚାରୀ ଙ୍କୁ ନିଜ ନିଜ ଦାଇତ୍ୱ କୁ ନେଇ ମଧ୍ୟ  ପରିଖିଛି ଏହି ଟିମ। ବୋରିଗୁମା ମେଡିକାଲ  ସ୍ୱାସ୍ଥ୍ୟସେବା ଯୋଗାଇବା କ୍ଷେତ୍ର ରେ   ୭୦% ସକ୍ଷମ ରହିଥିବା ସୂଚନା ଦେଇଥିବା ବେଳେ ମେଡିକାଲ ର ସ୍ୱାସ୍ଥ୍ୟସେବା କୁ ନେଇ ସନ୍ତୁଷ୍ଟି ପ୍ରକାଶ କରୁଛନ୍ତି ଏହିଟିମ।ଏହି ଯାଞ୍ଚ ରିପୋର୍ଟ କେନ୍ଦ୍ର କୁ ପଠା ଯିବା ଏହାପେ କେନ୍ଦ୍ର ର ଏକ ଟିମ ମଧ୍ୟ ବୋରିଗୁମ୍ମା ମେଡିକାଲ ରେ ପହଞ୍ଚିବେ ବୋଲି କହିଛନ୍ତି ଯାଞ୍ଚ କରୁଥିବା  ଡ଼ ବିଜୟ କୁମାର ସାହୁ।ସେପଟେ ଏହି ଟିମ ପହଞ୍ଚି ମେଡିକାଲ ର ସମସ୍ତ ବିଭାଗକୁ ବୁଲି ସ୍ୱାସ୍ଥ୍ୟସେବା , ସମସ୍ତ କର୍ମଚାରୀ କାର୍ଯ୍ୟଶୈଳୀ, ମେଡିକାଲର ସ୍ଵଛାତ କୁ ପରଖି ବେଶ ସନ୍ତୁଷ୍ଟି ପ୍ରକାଶ କରିଛନ୍ତି ବୋଲି କହିଛନ୍ତି ବୋରିଗୁମ୍ମା ଗୋଷ୍ଟିସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ . ରାଜାରାମ ସ୍ୱାଇ ।

Leave A Reply

Your email address will not be published.