କାବୁଲ୍ ରେ ଆମେରିକାର ଏୟାର ଷ୍ଟ୍ରାଇକ୍

0 74

କାବୁଲ : ଆଫଗାନିସ୍ତାନରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ବିଭିନ୍ନ ଦେଶ ଉଦ୍ୟମ କରୁଥିବା ବେଳେ ରବିବାର କାବୁଲ୍ ବିମାନବନ୍ଦର ନିକଟ ଗୁଲାଇ ଅଞ୍ଚଳରେ ରକେଟ୍ ଆକ୍ରମଣ ହୋଇଥିବା ଜଣାପଡ଼ିଛି । ଏହି ଆକ୍ରମଣର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଏହି ବିସ୍ଫୋରଣ ରକେଟ ଦ୍ୱାରା କରାଯାଇଛି ବୋଲି କୁହାଯାଉଛି । ବିମାନବନ୍ଦର ନିକଟରେ ଥିବା ଗୁଲାଇ ଅଞ୍ଚଳରେ ଥିବା ଏକ ଘର ଉପରେ ଏହି ରକେଟ୍ ମାଡ଼ ହୋଇଛି । ତେବେ ଏହି ଆକ୍ରମଣ ଇଏସ୍ଆଇଏସ୍-କେ ଆତଙ୍କବାଦୀଙ୍କୁ ଟାର୍ଗେଟ୍ କରି ଆମେରିକା ଏୟାର ଷ୍ଟ୍ରାଇକ୍ କରିଛି ବୋଲି ଅନ୍ତର୍ଜାତୀୟ ସମ୍ବାଦ ସରବରାହ ସଂସ୍ଥା ରୟଟର୍ସ ପ୍ରକାଶ କରିଛି । ଆତଙ୍କବାଦଙ୍କୁ ଟାର୍ଗେଟ୍ କରି ଆମେରିକା ଡ୍ରୋନ୍ ଆକ୍ରମଣ କରିଥିବା ସୂଚନା ଦିଆଯାଇଛି । ଆତଙ୍କବାଦୀମାନେ ଆତ୍ମଘାତୀ ବିସ୍ଫୋରକ ନେଇ ବିମାନ ଅଭିମୁଖେ ଯାଉଥିବା ବେଳେ ଆମେରିକା ପକ୍ଷରୁ ଏହି ଡ୍ରୋନ୍ ଆକ୍ରମଣ କରାଯାଇଛି ବୋଲି ରୟଟର୍ସ ସୂଚନା ଦେଇଛି । ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଗୁରୁତର ହୋଇଥିବା ସୂଚନା ରହିଛି । ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ତେବେ ଏ ପର୍ଯ୍ୟନ୍ତ କ୍ଷୟକ୍ଷତିର ଆକଳନ କରାଯାଇ ନାହିଁ ।

ଏହି ଆକ୍ରମଣ ଆଫଗାନବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି । ଏହାପୂର୍ବରୁ ଗୁରୁବାର ବିମାନ ବନ୍ଦରରେ ଆତ୍ମଘାତୀ ଆକ୍ରମଣରେ ୧୩ ଜଣ ଆମେରିକା ସୈନାଙ୍କ ବ୍ୟତୀତ ୧୫୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି । ଏହାପରେ ଆମେରିକା ମଧ୍ୟ ଡ୍ରୋନ୍ ଜରିଆରେ ବୋମା ପକାଇ ଜଣେ ବଡ଼ ଆତଙ୍କବାଦୀର ପ୍ରାଣ ନେଇଛି । ଏହାପରେ ଆଫଗାନରେ ରହୁଥିବା ଆମେରିକା ନାଗରିକମାନଙ୍କ ପାଇଁ ବାଇଡେନ ସରକାର ନିର୍ଦ୍ଦେଶନାମା ଜାରି କରିଥିଲେ ।

Leave A Reply

Your email address will not be published.