ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କୁ କଟୁ ମନ୍ତବ୍ୟ ଦେଇଥିବା ୨ଲେଖକଙ୍କ ବିରୁଦ୍ଧରେ ମାନହାନୀ ମକଦ୍ଦମା ପାଇଁ ନିଷ୍ପତ୍ତି ନେଲେ ଉତ୍କଳ ସମ୍ମିଳନୀ ଗଜପତି ଶାଖା

0 69

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ମହାରାଜା ତଥା ନବ ଉତ୍କଳର ନିର୍ମାତା ସ୍ୱର୍ଗତ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ପ୍ରତି କଟୁମନ୍ତବ୍ୟ ଦେଇ ଲେଖା ପ୍ରକାଶ କରିଥିବା ୨ ଲେଖଙ୍କ ବିରୁଦ୍ଧରେ ମାନହାନୀ ମକଦ୍ଦମା ସହ ସମସ୍ତ ବିହିତ ପଦକ୍ଷେପ ପାଇଁ ଗଜପତି ଜିଲ୍ଲା ଉତ୍କଳ ସମ୍ମିଳନୀ ଶାଖା ତରଫରୁ ନିଷ୍ପତ୍ତି ନିଆଯାଇଛି । ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଉତ୍କଳ ହିତୈଷିଣୀ ସମାଜ ସଭାଗୃହରେ ଉତ୍କଳ ସମ୍ମିଳନୀର ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉତ୍କଳ ସମ୍ମିଳନୀର ରାଜ୍ୟ ଉପ-ସଭାପତି ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ସମ୍ପାଦକ ବିନୋଦଚନ୍ଦ୍ର ଜେନା ଓ କାର୍ଯ୍ୟକାରୀ ସଭାପତି ଭାରତ ଭୂଷଣ ମହାନ୍ତି ଯୋଗ ଦେଇ ପାରଳା ମହାରାଜା ଶ୍ରୀକୃଷ୍ଣଚନ୍ଦ୍ର ଗଜପତିଙ୍କୁ କଟୁ ମନ୍ତବ୍ୟ ଦେଇ ଜୟପୁର ସହରର ଦୁଇ ଜଣ ଲେଖକ ତାଙ୍କ ରଚିତ ପୁସ୍ତକରେ ରଚନା କରିଥିବାରୁ ତାଙ୍କୁ ପ୍ରତିବାଦ କରିବା ପାଇଁ ଜିଲ୍ଲା ସ୍ତରରେ, ପ୍ରାନ୍ତୀୟ ସ୍ତରରେ ପ୍ରତିବାଦ ସଭାର ଆୟୋଜନ ଓ ବିକ୍ଷୋଭ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରିବା ସହିତ ଜିଲ୍ଲା କୋର୍ଟରେ ଏକ ମାନହାନୀ ମକଦ୍ଦମା ଉତ୍କଳ ସମ୍ମିଳନୀ ଓ ଉତ୍କଳ ହିତୈଷିଣୀ ତରଫରୁ କରାଯିବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଗଲା ।

ଏଥିପାଇଁ ଏକ ୧୫ ଜଣିଆ କମିଟି ମନୋନୀତ କରାଗଲା । ଆଲୋଚନାରେ ଅନାଦି ପାଣିଗ୍ରାହୀ, କଲ୍ୟାଣୀ ମିଶ୍ର, ହରିମୋହନ ପଟ୍ଟନାୟକ, ଜଗଦୀଶ ମହାପାତ୍ର, ଆଶାଲତା ପାଣିଗ୍ରାହୀ, ଗଣେଶ ରାଜୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ବୈଠକ ଶେଷରେ ମୀନା କୁମାରୀ ଟହଲ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.