ସୁପ୍ରିମ୍ କୋର୍ଟ ଇତିହାସରେ ପ୍ରଥମ : ଶପଥ ନେଲେ ୯ ବିଚାରପତି

0 62

ନୂଆଦିଲ୍ଲୀ : ଆଜି ସକାଳେ ଭାରତର ପ୍ରଧାନ ବିଚାରପତି ଏନ୍.ଭି.ରମନ୍ନା ୩ଜଣ ମହିଳା ବିଚାରପତିଙ୍କ ସମେତ ସୁପ୍ରିମ୍କୋର୍ଟର ୯ଜଣ ବିଚାରପତିଙ୍କୁ ଶପଥପାଠ କରାଇଛନ୍ତି । ଥରକେ ୯ଜଣ ବିଚାରପତି ଶପଥ ଗ୍ରହଣ କରିବା ଘଟଣା ଶୀର୍ଷ ଅଦାଲତ ଇତିହାସରେ ସର୍ବପ୍ରଥମ ଘଟଣା । ପାରମ୍ପରିକ ଭାବେ ପ୍ରଧାନ ବିଚାରପତିଙ୍କ କକ୍ଷରେ ସମ୍ପାଦିତ ହେଉଥିବା ଶପଥ ଗ୍ରହଣ କାର୍ଯ୍ୟକ୍ରମ ଏଥର କିନ୍ତୁ, ସୁପ୍ରିମ୍କୋର୍ଟର ଅତିରିକ୍ତ ଅଟ୍ଟାଳିକା ପରିସରର “ଅଡିଟରିୟମ୍’ରେ ଆୟୋଜିତ ହୋଇଥିଲା । ଆଜି ଶପଥ ଗ୍ରହଣ କରିଥିବା ନୂତନ ବିଚାରପତିଙ୍କ ମଧ୍ୟରେ ଅଛନ୍ତି, କର୍ଣ୍ଣାଟକ ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ଅଭୟ ଓକା ଏବଂ ବିଚାରପତି ବି.ଭି.ନାଗରତ୍ନ, ତେଲେଙ୍ଗାନା ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ହିମା କୋହଲି, ଗୁଜରାଟ ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ବିକ୍ରମ ନାଥ, ସିକିମ ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ଜେ.କେ.ମାହେଶ୍ୱରୀ, କେରଳ ଉଚ୍ଚନ୍ୟାୟାଳୟର ବିଚାରପତି ସି.ଟି ରବିକୁମାର, ମାଡ୍ରାସ୍ ଉଚ୍ଚ ନ୍ୟାୟାଳୟର ବିଚାରପତି ଏମ୍.ଏମ୍.ସୁନ୍ଦରେଶ, ଗୁଜରାଟ ଉଚ୍ଚ ନ୍ୟାୟାଳୟର ବିଚାରପତି ବେଲା ଏମ୍ ତ୍ରିବେଦୀ ଏବଂ ବରିଷ୍ଠ ଆଡଭୋକେଟ୍ ପି.ଏସ୍ ନରସିଂହ ।

ସୁପ୍ରିମ୍କୋର୍ଟରେ ସମୁଦାୟ ବିଚାରପତି ୩୪ଜଣ ବୋଲି ନିର୍ଦ୍ଧାରିତ ହୋଇଥିଲେ ବି ପ୍ରଧାନ ବିଚାରପତିଙ୍କ ସମେତ ୯ଜଣ ନୂତନ ବିଚାରପତି ମିଶାଇ ଶୀର୍ଷ ଅଦାଲତରେ ସମୁଦାୟ ବିଚାରପତିଙ୍କ ସଂଖ୍ୟା ୩୩ରେ ପହଞ୍ଚିଛି । ତଥାପି ଆହୁରି ଜଣେ ବିଚାରପତିଙ୍କ ବଦବୀ ଖାଲିପଡ଼ିଲା । ଅନୁମୋଦିତ ବି ରପତିମାନଙ୍କ ମଧ୍ୟରୁ ବିଚାରପତି ବି.ଭି.ନାଗରତ୍ନ ଏକ ମାସରୁ କିଛି ଦିନ ଅଧିକ ସମୟ ପର୍ଯ୍ୟନ୍ତ (୨୦୨୭ ସେପ୍ଟେମ୍ବର ୨୫ ରୁ ଅକ୍ଟୋବର ୨୯ ପର୍ଯ୍ୟନ୍ତ) ଦେଶର ପ୍ରଥମ ମହିଳା ପ୍ରଧାନ ବିଚାରପତି ହୋଇପାରନ୍ତି । ୧୯୬୨ ଅକ୍ଟୋବର ୩୦ରେ ଜନ୍ମିତା ବିଚାରପତି ନାଗରତ୍ନ ହେଉଛନ୍ତି ଭାରତର ପୂର୍ବତନ ପ୍ରଧାନ ବିଚାରପତି ଇ.ଏସ୍.ଭେଙ୍କଟରମେୟାଙ୍କ କନ୍ୟା । ୧୯୮୭ ଅକ୍ଟୋବର ୨୮ରେ ସେ ଜଣେ ଆଡାଭୋକେଟ୍ ଭାବେ ପଞ୍ଜିକୃତା ହୋଇ ସମ୍ବିଧାନ, ବାଣିଜ୍ୟ, ବୀମା ଏବଂ ·କିରି ଆଦି ମାମଲାର ମୋକଦ୍ଦମା ଲଢୁଥିଲେ । ୧୯୫୦ ମସିହା ଜାନୁଆରି ୨୬ରୁ କାର୍ଯ୍ୟକ୍ଷମ ହୋଇଥିବା ସୁପ୍ରିମ୍କୋର୍ଟରେ ମହିଳା ବିଚାରପତିଙ୍କ ସଂଖ୍ୟ ଖୁବ୍ ନଗଣ୍ୟ ରହିଆସିଛି । ଗତ ୭୧ ବର୍ଷରେ ମାତ୍ର ୮ଜଣ ମହିଳା ବିଚାରପତି ସୁପ୍ରିମ୍କୋର୍ଟରେ ନିଯୁକ୍ତି ପାଇଛନ୍ତି । ୧୯୮୯ରେ ପ୍ରଥମେ ନିଯୁକ୍ତି ପାଇଥିଲେ ଏମ୍.ଫତିମା ବିବି ।

Leave A Reply

Your email address will not be published.