ବିପଦ ସଂକେତ ଟପିଲା ଜଳକା, ବୈତରଣୀ

0 70

ଭଦ୍ରକ\ବାଲେଶ୍ବର : ଲଘୁଚାପଜନିତ ଲଗାଣ ବର୍ଷା ଫଳରେ ବଢିଛି ବୈତରଣୀ ନଦୀର ଜଳ ସ୍ତର । ଭଦ୍ରକର ଆଖୁଆପଦା ନିକଟ ବୈତରଣୀ ନଦୀର ବିପଦ ସଂକେତ ୧୭.୮୩ ମିଟର ରହିଥିବା ବେଳେ ଆଜି ଅପରାହ୍ନ ୧ଟା ସୁଦ୍ଧା ଜଳ ସ୍ତର ୧୮.୧୬ ମିଟର ରହିଛି । ଆଜି ରାତି ସୁଦ୍ଧା ଏହି ଜଳ ପ୍ରବାହର ସ୍ତର ୧୮.୫୦ ମିଟର ଅତିକ୍ରମ କରିବାନେଇ ଆଶା କରାଯାଉଛି । ଯାହାକୁ ନେଇ ନଦୀ କୂଳିଆ ଅଂଚଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

ସେହିପରି ବାଲେଶ୍ୱରର ମଥାନି ଠାରେ ବିପଦ ସଂକେତ ଉର୍ଦ୍ଧ୍ୱରେ ପ୍ରବାହିତ ହେଉଛି ଜଳକା ନଦୀ । ବିଭିନ୍ନ ସ୍ଥାନରେ ଛିପିଝିପି ବର୍ଷା ଲାଗି ରହିଛି ।

Leave A Reply

Your email address will not be published.