ଲଗାଣ ବର୍ଷା ସତ୍ୱେ ନବୀନ ରାଉରକେଲା ଆସି ଲୋକଙ୍କୁ ବିଏସକେଓ୍ବାଇ କାର୍ଡ ବାଂଟିଲେ କହିଲେ ଅଲମ୍ପିକରେ ସୁନାମ ଆଣିଥିବା ମାଟିକୁ ମୋର ପ୍ରଣାମ

0 64

ରାଉରକେଲା : ରାଉରକେଲାରେ ଆଜି ଲଗାଣ ବର୍ଷା ପବନ ସତ୍ୱେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲାରେ ପହଁଚି ଗରୀବ ଲୋକଙ୍କୁ ସ୍ୱାସ୍ଥ୍ୟ କାର୍ଡ (ବିଏସକେଓ୍ବାଇ) କାର୍ଡ ବଂଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଅଲମ୍ପିକରେ ରାଜ୍ୟ ଲାଗି ସୁନାମ ଆଣିଥିବା ମାଟିକୁ ମୋର ପ୍ରଣାମ । ଏହା ସହ ସେହି ଅଲମ୍ପିକ ଖେଳାଳୀ ମାନଙ୍କୁ ସେ ଅଭିନନ୍ଦନ ଜଣାଇଥିଲେ । ଆଜି ଜିଲ୍ଲାର ୪ ଲକ୍ଷ ୩୬ ହଜାର ୯୪୮ ଲୋକଙ୍କୁ ଏହି କାର୍ଡ ୫୫୦ଟି ସ୍ଥାନରେ ବଂଟନ କରାଯାଇଛି । ଏହା ୩ୟ ଜିଲ୍ଲା ଭାବେ ଆଜି ଏହି ସୁବିଧା ପାଇଲା, ଏଥିଲାଗି ମୁଖ୍ୟମନ୍ତ୍ରୀ ଖୁସି ବୋଲି କହିଥିଲେ । ଏହି ସ୍ମାର୍ଟ କାର୍ଡ ଦ୍ୱାରା ଜିଲ୍ଲାର ୧୫ ଲକ୍ଷ ୯ ହଜାର ୮୨୧ ଜଣ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାରେ ଉପକୃତ ହେବେ । ଏହି ଯୋଜନାକୁ ଆଜି ଲୋକଙ୍କ ପାଖରେ ପହଁଚାଇବା ଲାଗି ୧୨ ଜଣ ମନ୍ତ୍ରୀ ଜିଲ୍ଲାରେ ଉପସ୍ଥିତ ରହି ନିଜ ନିଜର ଦାୟିତ୍ୱ ତୁଲାଇଛନ୍ତି । ଏହି ସ୍ମାର୍ଟ କାର୍ଡରେ ପୁରୁଷ ୫ ଲକ୍ଷ ଓ ମହିଳା ୧୦ ଲକ୍ଷ ଯାଏ ଦେଶର ୨୦୦ ଡାକ୍ତରଖାନାରେ ନିଜର ଚିକିତ୍ସା କରାଇପାରିବେ । ଏଥିରେ ଆଉ କୌଣସି କାଗଜ ପତ୍ରର ଆବଶ୍ୟକତା ପଡିବ ନାହିଁ ବୋଲି ବୋଲି ସେ କହିବା ସହ ଦେଶରେ ଏଭଳି ସୁବିଧା ଦେଇ ଓଡିଶା ପ୍ରଥମ ସ୍ଥାନ ଅଧିକାର କରିଛି । ଏହି କାର୍ଡ ଦ୍ୱାରା ରାଜ୍ୟର ସାଢେ ୩ କୋଟି ଲୋକ ଉପକୃତ ହେବେ । ସ୍ୱାସ୍ଥ୍ୟ ହିଁ ସମ୍ପଦ, ଏଥିଲାଗି ଦେହ ଖରାପ ହେଲେ ଲୋକେ ସୁନା, ଜମି ବାଡି ବିକୁଥିବା ଖବର ମୋତେ ଦୁଃଖିତ କରୁଥିଲା, ତେଣୁ ଲୋକଙ୍କର ଏହି ସୁବିଧା ଲାଗି ସେ ନିଷ୍ପତି ନେଇ ଆଜି ସାକାର କରିଛନ୍ତି ।ବର୍ତମାନ ସରକାରୀ ଡାକ୍ତରୀଖାନାରେ ନାନା ସୁବିଧା ମିଳିବା ସହ ଚିକିତ୍ସା ସୁବିଧାକୁ ବଢାଇ ଦିଆଯାଇଛି, ତେଣୁ ଜନସାଧାରଣ ଏହାର ସୁବିଧା ନେବାକୁ ସେ ନିବେଦନ କରିଥିଲେ । ମୋ ଲାଗି ପ୍ରତିଟି ଜୀବନ ମୂଲ୍ୟବାନ, ସେ ରିକ୍ସା ବାଲା ହେଉ କିମ୍ବା କୋଟୀପତି । ସମସ୍ତେ ସୁସ୍ଥ ରୁହନ୍ତୁ ଓ ନିଜ ପରିବାରର ଉନ୍ନତି କରନ୍ତୁ । ଓଡିଶାର ଉନ୍ନତି କ୍ଷେତ୍ରରେ ସୁନ୍ଦରଗଡର ଯୋଗଦାନ ଅନେକ ରହିଛି । ଏହି ଜିଲ୍ଲାରେ ୨ୟ ଏମ୍ସ ପ୍ରତିଷ୍ଠା ଲାଗି କେନ୍ଦ୍ରକୁ କୁହାଯାଇଛି, ଏନେଇ ବିଧାନସଭାରେ ମଧ୍ୟ ଆଲୋଚନା ହେବ ବୋଲି କହିଥିଲେ ।

ଏହି ଅବସରରେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ୫ ହଜାର ୬୦୦ କୋଟୀ ଟଙ୍କା ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ରାଉରକେଲା ଆଇଜିଏଚ ସୁପରସ୍ପେଶାଲିଟି ହସ୍ପିଟାଲରେ ଏହି କାର୍ଡ ବାଂଟିବା ବେଳେ ତାଙ୍କ ସହ ୫ଟି ସଚିବ ଭି.କେ. କାର୍ତୀକେୟାନଙ୍କ ସମେତ ବହୁ ବିଧାୟକ ବିଜେଡି ନେତା ଉପସ୍ଥିତ ଥିଲେ । ଶେଷରେ ବିଧାୟକ ସୁବ୍ରତ ତରାଇ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.