ମୂର୍ତିର ଉଚ୍ଚତା ପରୋକ୍ଷରେ ସଂକ୍ରମଣ ବଢାଇବ

0 67

ଭୁୁବନେଶ୍ୱର : ମୂର୍ତିର ଉଚ୍ଚତା ପରୋକ୍ଷରେ ସଂକ୍ରମଣ ବଢାଇବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ପାର୍ବଣରେ ସଂକ୍ରମଣ ଓ ମୂର୍ତି ଉଚ୍ଚତା ବିବାଦକୁ ନେଇ ମଙ୍ଗଳବାର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ସାମ୍ବାଦିକ ସମ୍ମିଳନୀରେ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ଯଦିଓ ସଂକ୍ରମଣ କମିଛି ତଥାପି ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନାହିଁ । କିଛି ରାଜ୍ୟରେ ସଂକ୍ରମଣ ଏବେ ବି ଅଧିକ ରହିଛି । ପୂର୍ବ ଥର ମଧ୍ୟ କିଛି ରାଜ୍ୟରେ ସଂକ୍ରମଣ ବଢି ଚାରି ଆଡକୁ ବ୍ୟାପି ଯାଇଥିଲା । ଆଗକୁ ପାର୍ବଣ ଋତୁ ରହିଛି । ତେଣୁ ଆମେ ଏମିତି ଭୁଲ୍ କରିବା ନାହିଁ ଯାହାଦ୍ୱାରା ସଂକ୍ରମଣ ପୁଣି ବଢ଼ିବ । ତେଣୁ କଟକଣା ମାନନ୍ତୁ ।

ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ମୂର୍ତି ଉଚ୍ଚତା ସହ ସଂକ୍ରମଣର ଯଦିଓ ସିଧାସଳଖ ସମ୍ପର୍କ ନାହିଁ । ମାତ୍ର ଏହାଦ୍ୱାରା ଲୋକଙ୍କ ଭିଡ଼ ବଢିବାର ସମ୍ଭାବନା ରହିବ । ଅନ୍ୟ ରାଜ୍ୟ ସରକାରମାନେ ମଧ୍ୟ ମୂର୍ତି ଉଚ୍ଚତାରେ କିଛି କଟକଣା କରିଛନ୍ତି । ମୂର୍ତି ବଡ଼ ହେଲେ ଲୋକେ ଆକର୍ଷିତ ହୋଇ ଭିଡ଼ କରିବେ । ଭିଡ ହେଲେ ସାମାଜିକ ଦୂରତା ରକ୍ଷା କରିବା କଷ୍ଟ ହେବ । ତେଣୁ ଆମେ ମଧ୍ୟ ସଂକ୍ରମଣ ଦୃଷ୍ଟିରୁ ଏପରି ନିଷ୍ପତି ନେଇଛୁ ।

ସେହିପରି ଡିଏମଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି, ମୂର୍ତି ଉଚ୍ଚତା ପରୋକ୍ଷରେ ସଂକ୍ରମଣ ବଢାଇବ । ମୂର୍ତି ଉଚ୍ଚ ହେଲେ ଅନ୍ୟାନ୍ୟ ଜିନିଷ ବି ବଢ଼ିବ । ମହାରାଷ୍ଟ୍ରରେ ମଧ୍ୟ ଗଣେଶ ପୂଜାରେ ଗଣେଶଙ୍କ ମୂର୍ତିର ଉଚ୍ଚତା କମାଯାଇଛି । ଓନମ ପର୍ବ ଦ୍ୱାରା କେରଳରେ ସ୍ଥିତି କଣ ହେଲା ସମସ୍ତେ ଜାଣନ୍ତି । ମୂର୍ତିର ଉଚ୍ଚତା ୨ କି ୪ ଫୁଟ ହେଉ ପଛେ ଆମର ଭକ୍ତି ରହୁ । ଜଣେ ସଂକ୍ରମିତ ହେଲେ ଅନେକ ଲୋକ ସଂକ୍ରମିତ ହେବେ ।

Leave A Reply

Your email address will not be published.