ରାଜ ମହେନ୍ଦ୍ର ପ୍ରତାପ ସିଂ ରାଜ୍ୟ ବିଶ୍ୱବିଦ୍ୟାଳୟର ଭିତି ପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ

0 66

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଉତରପ୍ରଦେଶର ଆଲିଗଡରେ ମହାନ ସ୍ୱାଧୀନତା ସଂଗ୍ରାମୀ, ଶିକ୍ଷାବିତ୍ ତଥା ସାମାଜିକ ସଂସ୍କାରକ ରାଜା ମହେନ୍ଦ୍ର ପ୍ରତାପ ସିଂଙ୍କ ନାମରେ ଏକ ନୂତନ ବିଶ୍ୱବିଦ୍ୟାଳୟର ଭିତିପ୍ରସ୍ତର ସ୍ଥାପନା କରିଛନ୍ତି । ସେ ଆଲିଗଡ ପ୍ରତିରକ୍ଷା ଶିଳ୍ପ କରିଡରର ଉଦଘାଟନ ମଧ୍ୟ କରିଛନ୍ତି । ଏହି ଅବସରରେ ଉତରପ୍ରଦେଶ ରାଜ୍ୟପାଳ ଆନନ୍ଦ ବେନ୍ ପଟେଲ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆଲିଗଡ ଏବଂ ପଶ୍ଚିମ ଉଚରପ୍ରଦେଶ ପାଇଁ ଆଜି ଏକ ବଡ଼ ଦିନ । ଆଜି ହେଉଛି ରାଧାଷ୍ଟମୀ , ଏକ ପବିତ୍ର ଦିନ । ବ୍ରଜ ଭୁମିର ପ୍ରତ୍ୟେକ କଣରେ ରାଧାହିଁ ରାଧା ଅଛନ୍ତି । ରାଧାଷ୍ଟମୀ ଅବସରରେ ମୁଁ ସମଗ୍ର ଦେଶକୁ ମୋର ହୃଦୟ ଶୁଭେଚ୍ଛା ଜଣାଉଛି ।

ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କୁ ସ୍ମରଣ କରି ସେ କହିଛନ୍ତି ଯେ ଆଜି ମୁଁ ଏହି ମାଟିର ମହାନ ପୁତ୍ର କଲ୍ୟାଣ ସିଂଙ୍କ ଅନୁପସ୍ଥିତିକୁ ବହୁତ ଅନୁଭବ କରୁଛି । ଯଦି କଲ୍ୟାଣ ସିଂ ଆଜି ଆମ ସହିତ ଥାଆନ୍ତେ, ତେବେ ରାଜ୍ୟ ବିଶ୍ୱବିଦ୍ୟାଳୟ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଆଲିଗଡର ନୂତନ ପରିଚୟ ସୃଷ୍ଟି ହୋଇ ଥିବା ଦେଖି ବହୁତ ଖୁସି ହୋଇଥାନ୍ତେ।

Leave A Reply

Your email address will not be published.