କୌଣସି ନଦୀରେ ବନ୍ୟା ଆଶଙ୍କା ନାହିଁ

0 75

ଭୁୁବନେଶ୍ୱର : ବର୍ତମାନ ରାଜ୍ୟର କୌଣସି ନଦୀରେ ବନ୍ୟା ଆଶଙ୍କା ନାହିଁ । ଉପର ମହାନଦୀର ଚମ୍ପା ଓ ଘୋରାରୀ ଦୁଇଟି ସ୍ଥାନକୁ ଛାଡ଼ିଦେଲେ ଅନ୍ୟ କୌଣସି ନଦୀରେ ଅଧିକ ବର୍ଷା ହୋଇନାହିଁ । ଉପର ବ୍ରାହ୍ମଣୀରେ ବର୍ଷା ଅଧିକ ହୋଇନାହିଁ । ତଳ ବ୍ରହ୍ମଣୀରେ ୧୦୦ ମିଲିମିଟରରୁ ୨୯୩ ମିଲିମିଟର ବର୍ଷା ହୋଇଛି । ବୈତରଣୀରେ ପ୍ରବଳ ବର୍ଷା ହୋଇଛି । ବଂଶଧାରାରେ ବର୍ଷା ନାହିଁ ବୋଲି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ କୁମାର ସାମଲ କହିଛନ୍ତି ।

ସେ କହିଛନ୍ତି ଯେ ମହାନଦୀର ନରାଜରେ ୨୬.୪ ମିଟର ବିପଦ ସଂକେତ ଥିବା ବେଳେ ଜଳସ୍ତର ୨୩.୩ ମିଟର ରହିଛି । ପାନପୋଷ ୫ ମିଟର ତଳେ ରହିଛି ଜଳସ୍ତର । ଜେନାପୁରରେ ବିପଦ ସଂକେତ ତଳେ ରହିଛି । ବୈତରଣୀ ଆଖୁଆପଦାଠାରେ ବିପଦ ସଙ୍କେତ ଉପରେ ରହିଛି । ଅଧିକ ବର୍ଷା ଉପର ମୁଣ୍ଡରେ ନଥିବାରୁ କମିଛି । ଜଳକାରେ ବିପଦ ସଂକେତର ୧ ମିଟର ଉପରେ ରହିଛି ଜଳସ୍ତର । ଅଫିସର ସଜାଗ ଅଛନ୍ତି । ମହାନଦୀରେ ଦିନ ୧୨ ସୁଦ୍ଧା ବରମୂଳ ଠାରେ ୪ ଲକ୍ଷ ୩୬ କ୍ୟୁସେକ, ମୁଣ୍ଡଳୀରେ ୩ ଲକ୍ଷ ୨୨ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି । ଖଇରାମାଳରେ ୨ ଲକ୍ଷ ୪୬ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି । ମୋଟ ୪୪ଟି ମାଧ୍ୟମ ଜଳଭଣ୍ଡାରରୁ ୧୧ଟିରେ ଜଳଧାରଣ କ୍ଷମତାର ୫୦-୭୫ ପ୍ରତିଶତ ଭିତରେ ଜଳ ରହିଛି । ୧୧ ଟିରେ ୧୦୦ ପ୍ରତିଶତ ଅଛି ରହିଛି ସେ ସବୁଥିରେ ଗେଟ ଖୋଲା ରହିଛି ।

Leave A Reply

Your email address will not be published.