ନିଚିନ୍ତକୋଇଲି ବ୍ଲକ୍ ଅଞ୍ଚଳର ବନ୍ୟା ବିପନ୍ନ ପରିବାରଙ୍କୁ ସହାୟତାର ହାତ ଵଢାଇଲେ ମାହାଙ୍ଗାର ସୁଖ ଦୁଃଖର ସାଥୀ ମନ୍ତ୍ରୀ ପ୍ରତାପ ଜେନା

0 72

ମାହାଙ୍ଗା : ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳର ୨୭ ଗୋଟି ପଂଚାୟତରେ ପାଣି ଘେରରେ ରହିଥିବା ୧ ହଜାରରୁ ଉର୍ଦ୍ଧ୍ବ ବିପର୍ଣ୍ଣ ପରିବାରକୁ ଜରିପାଲ ଓ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି । ଲଗାଣ ବର୍ଷା ଯୋଗୁଁ ବହୁ ପରିବାର ଜଳବନ୍ଦୀ ଅବସ୍ଥାରେ ରହିଥିବାବେଳେ ପ୍ରବଳ ବର୍ଷା ଯୋଗୁଁ କେତେକ ଗରିବ ଲୋକଙ୍କ ଘର ମାଟି କାନ୍ଥ ଭାଙ୍ଗିଯାଇଥିଲା । ଫଳରେ ସେମାନେ ଚଳିବା ନିମନ୍ତେ ନାନା ଅସୁବିଧାର ସମ୍ମୁଖିନ ହେଉଥିଲେ । ଖବର ପ୍ରସାର ହେଲାପରେ ମନ୍ତ୍ରୀ ଶ୍ରୀ ଜେନାଙ୍କ ନିର୍ଦେଶ କ୍ରମେ ନିଶ୍ଚିନ୍ତକୋଇଲି ବ୍ଲକ ଅଧକ୍ଷାଙ୍କ ପ୍ରତିନିଧି ତଥା ସମାଜସେବୀ ଅଶୋକ କୁମାର ଓଝା, ବରିଷ୍ଠ ବିଜେଡି ନେତା ଜ୍ୟୋତିପ୍ରକାଶ ସ୍ୱାଇଁ, ସମାଜସେବୀ ବ୍ରଜମୋହନ ପଣ୍ଡା,ସରପଞ୍ଚ ଜିତେନ୍ଦ୍ର ମିଶ୍ର, ଭୂପତି ଭୂଷଣ ଷଣ୍ଡ, ସମିତିସଭ୍ୟ ଆନନ୍ଦ ଦାସ, ବିଜେଡି ନେତା ପ୍ରମୋଦ ସ୍ୱାଇଁ, ବିନୋଦ ସାମଲ, ଅନିଲ ଭୂୟାଁ,ଛାତ୍ର ସଭାପତି ସତ୍ୟଜିତ ମହାପାତ୍ର, ସୁଶାନ୍ତ ନାୟକ ଙ୍କ ସମେତ ବିଜେଡି କର୍ମୀମାନେ ଉପସ୍ଥିତ ରହି ବର୍ଷାରେ ଭିଜି ଭିଜି କ୍ଷତିଗ୍ରସ୍ତ ପରିବାରଙ୍କୁ ତାର୍ପିନ ପାଲ , ଶୁଖିଲା ଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ କରିଥିଲେ । ତେବେ ଗରିବଙ୍କ ଦୁଃଖ ବୁଝିପାରି ମନ୍ତ୍ରୀ ପ୍ରତାପ ଜେନା ସହାୟତାର ହାତ ବଢାଇଥିବାରୁ କ୍ଷତିଗ୍ରସ୍ତ ବିପର୍ଣ୍ଣ ପରିବାର ମନ୍ତ୍ରୀ ଶ୍ରୀ ଜେନାଙ୍କୁ କୃତଜ୍ଞତା ଜଣାଇବା ସହ ମନ୍ତ୍ରୀଙ୍କ ଆସୁ ଆରୋଗ୍ୟ ପାଇଁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ କାମନା କରିଛନ୍ତି ।

Leave A Reply

Your email address will not be published.