ବାତ୍ୟା ଗୁଲାବର ପ୍ରଭାବ : କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା

0 66

-ରାଲେଗଡ଼ା ଓ ସୁଙ୍କି ନିକଟରେ ଭୂସ୍ଖଳନ ୨୬ ନଂ ଜାତୀୟ ରାଜପଥ ଉପରେ ପ୍ରବାହିତ ହେଉଛି ବର୍ଷାଜଳ

କୋରାପୁଟ : ବାତ୍ୟା ଗୁଲାବ ପ୍ରଭାବରେ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ରାଲେଗଡ଼ା ଓ ସୁଙ୍କି ନିକଟରେ ଭୂସ୍ଖଳନ ହୋଇଛି । ଫଳରେ ଘାଟି ରାସ୍ତା ଦେଇ ଗମନାଗମନ ବ୍ୟାହତ ହୋଇଛି । ଘଟଣାସ୍ଥଳରେ ଏନଡିଆରଏଫ ଟିମ୍ ପହଂଚି ରାସ୍ତାରୁ ମାଟି ହଟାଇବା କାର୍ଯ୍ୟ ଜାରୀ ରଖିଛନ୍ତି । ଜିଲ୍ଲାପାଳ ଅବଦୁଲ ଅଖତାର ଘଟଣାସ୍ଥଳରେ ପହଂଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି ।

ସେହିପରି ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସୁଙ୍କି ମେଡ଼ିକାଲ ନିକଟ ୨୬ ନଂ ଜାତୀୟ ରାଜପଥ ଉପରେ ପ୍ରବାହିତ ହେଉଛି ବର୍ଷାଜଳ ।

କୋରାପୁଟ ଜିଲ୍ଲାପାଳ ଅବଦୁଲ ଅଖତାର ଏନେଇ ଅଧିକ ସୂଚନା ଦେଇ କହିଛନ୍ତି ଯେ, ବାତ୍ୟା ଗୁଲାବର ପ୍ରଭାବ ପଟାଙ୍ଗି ଅଂଚଳରେ ଅଧିକ ରହିଛି । ୨୬ ନଂ ଜାତୀୟ ରାଜପଥର ରାଲେଗଡ଼ା ଓ ସୁଙ୍କି ନିକଟରେ ଦୁଇଟି ସ୍ଥାନରେ ଭୂସ୍ଖଳନ ହୋଇ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଅନ୍ୟ କେତେକ ସ୍ଥାନରେ ରାସ୍ତାରେ ପାଣି ଚାଲୁଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଏନଡିଆରଏଫର ଯବାନ ମାନେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଜେସିବି ସହାୟତାରେ ରାସ୍ତାରୁ ମାଟି ହଟାଯାଉଛି । ଆଜି ଅପରାହ୍ନ ସୁଦ୍ଧା ରାସ୍ତାକୁ କ୍ଲିଅର୍ କରାଯିବ ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ବାତ୍ୟା ଓ ବର୍ଷାଜନିତ କ୍ଷୟକ୍ଷତି ବାବଦରେ ତହସିଲଦାର ମାନେ ଆକଳନ କରୁଛନ୍ତି । ଖୁବ୍ ଶୀଘ୍ର କ୍ଷୟକ୍ଷତି ସମ୍ପର୍କିତ ରିପୋର୍ଟ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି)ଙ୍କ କାର୍ଯ୍ୟାଳୟକୁ ପଠାଯିବ । ତେବେ ବର୍ତମାନ ସୁଦ୍ଧା ମୃତାହତ ସମ୍ପର୍କରେ କୌଣସି ରିପୋର୍ଟ ମିଳିନାହିଁ । ଯେଉଁ ମାନଙ୍କର ଫସଲ ବା ଘର କ୍ଷୟକ୍ଷତି ହୋଇଛି । ଖୁବ୍ ଶୀଘ୍ର ସେମାନଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

Leave A Reply

Your email address will not be published.