ଯୁବ ସମ୍ବଳ କେନ୍ଦ୍ର ଦ୍ୱାରା କେରିୟର କାଉନସିଲିଙ୍ଗ କାର୍ଯ୍ୟକ୍ରମ

0 64

ନୂଆପଡ଼ା : ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ବୁଢ଼ିକୋମନା ଠାରେ ଯୁବ ସମ୍ବଳ କେନ୍ଦ୍ର ନୂଆପଡ଼ା ତରଫରୁ ଯୁକ୍ତ ଦୁଇ କଳା ବିଭାଗର ଛାତ୍ରଛାତ୍ରୀଙ୍କୁ ନେଇ କେରିୟର କାଉନସିଲିଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଉଯାଇଛି । କାର୍ଯ୍ୟକ୍ରମରେ ଯୁବ ସମ୍ବଳ କେନ୍ଦ୍ରର ଯୁବ ସଂଯୋଜକ ବିଶ୍ୱଜିତ ପାଣିଗ୍ରାହୀ ସଭାପତିତ୍ୱ କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ପଂଚାୟତ ମହାବିଦ୍ୟାଳୟର ଅଧ୍ୟାପକ ରାଜକୁମାର ସୁନାନୀ ମୁଖ୍ୟଅତିଥି, ପରିତୋଷ ସାହୁ, ଦୁର୍ଯ୍ୟୋଧନ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଟିକେଶ୍ୱର ହଂସ, ରୋୟଲ କ୍ଲବ ଗାନିଆରୀ ସମ୍ପାଦକ ମଂଚ ପରିଚାଳନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଯୁକ୍ତ ଦୁଇ ସମାପ୍ତ କରିଲା ପରେ ଛାତ୍ରଛାତ୍ରୀ ମାନେ କେଉଁ କେଉଁ ବିଷୟରେ ପାଠ ପଢି ପାରିବେ ଏବଂ ନିଜ କେରିୟର କିପରି ଭାବରେ ନିର୍ଧାରଣ କରିବେ, କେରିୟର ଯୋଜନା କିପରି ଭାବରେ କରାଯାଏ, ଯୁବକ ଯୁବତୀ ମାନେ ନିଜର ସହମତି ଅନୁଯାୟୀ କିପରି ଭାବରେ କେରିୟର ନିର୍ଦ୍ଧାରଣ କରିବେ ଯୁକ୍ତ ଦୁଇ ସାରିଲା ପରେ କେଉଁ ଠାରେ କାମ କରିପାରିବେ, ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ସରକାରୀ ଓ ବେସରକାରୀ ସ୍ତରରେ କଣ କଣ ରୋଜଗାରର ସୁବିଧା ଅଛି ଏବଂ ରାଷ୍ଟ୍ରୀୟ ରକ୍ଷା ଏକାଡେମୀ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା।

Leave A Reply

Your email address will not be published.