ମର୍ଣ୍ଣିଂ ୱାକ୍ ବେଳେ ସାମ୍ବାଦିକଙ୍କୁ ଆକ୍ରମଣ କରି ମୋବାଇଲ୍ ଲୁଟ୍

0 67

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଜଣେ ବରିଷ୍ଠ ସାମ୍ବାଦିକଙ୍କୁ ଦୁଇ ଯୁବକ ଆକ୍ରମଣ କରି ତାଙ୍କଠାରୁ ମୋବାଇଲ୍ ଲୁଟି ନେଇଛନ୍ତି ।

ସୂଚନା ଅନୁଯାୟୀ, ‘ସମୟ’ର ବରିଷ୍ଠ ସାମ୍ବାଦିକ ସତ୍ୟ ସୁନ୍ଦର ଭଞ୍ଜ ମର୍ଣ୍ଣିଂ ୱାକ୍ କରୁଥିବା ସମୟରେ ଦୁଇ ଜଣ ଯୁବକ ସ୍କୁଟିରେ ଆସି ଭୁବନେଶ୍ୱର ଡେଲଟା ଛକ ପାଖରୁ ମୋବାଇଲ୍ ଲୁଟ୍ କରିବାକୁ ଉଦ୍ୟମ କରିଥିଲେ । ସତ୍ୟ ସୁନ୍ଦର ଏହାର ପ୍ରତିବାଦ କରିବାରୁ ଦୁଇ ଯୁବକ ତାଙ୍କୁ ଲୁହା ରଡରେ ଆକ୍ରମଣ କରି ଲହୁଲୁହାଣ କରି ମୋବାଇଲ ଛଡ଼େଇ ନେଇ ପଳାଇଥିଲେ । ଏହାପରେ ଲୋକେ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଥିଲେ ।

Leave A Reply

Your email address will not be published.