ସାଲେପୁର ବ୍ଲକ ଗ୍ରାମ ରୋଜଗାର ସେବକମାନଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ

0 70

ସାଲେପୁର : କଟକ ଜିଲ୍ଲା ସାଲେପୁର ବ୍ଲକର ପଂଚାୟତ ଗୁଡିକ ରେ କାର୍ଯ୍ୟରତ ସମସ୍ତ ଗ୍ରାମ ରୋଜଗାର ସେବକ ୨୦୧୬ ମସିହାରୁ ଜିଓ ଟ୍ୟାଗିଁ ବାଵଦ ଅର୍ଥ ପାଇନଥିବା ପ୍ରତିବାଦରେ ସାଲେପୁର ବ୍ଲକ ବିଡ଼ିଓଙ୍କ ଅଫିସ ସମ୍ମୁଖରେ ଧାରଣା ଦେବା ସହ କାର୍ଯ୍ୟବନ୍ଦ ଆନ୍ଦୋଳନ କରି ସମୁହ ଛୁଟିରେ ରହିଛନ୍ତି । ଏନେଇ ସେମନେ ବାରମ୍ବାର ଅଧିକାରୀଙ୍କୁ ଜଣାଇ ଥିଲେ ହେଁ ସେମାନଙ୍କ କଥାକୁ କେହି ଗୁରୁତ୍ୱ ନଦେବା ସହ କର୍ଣ୍ଣପାତ କରୁ ନାହାନ୍ତି । ଜିଲ୍ଲାର ପ୍ରତିଟି ବ୍ଲକରେ ଗ୍ରାମ ରୋଜଗାର ସେବକମାନେ ଏହି ଅର୍ଥ ପ୍ରତି ମାସରେ ପାଉଥିଲେ ହେଁ ଏଯାବତ ସେମାନେ ବାରମ୍ବାର ଲିଖିତ ଓ ମୌଖିକ ଭାବେ ଜଣାଉ ଥିଲେ ହେଁ କୌଣସି ସୁଫଳ ମିଳୁନାହିଁ । ତେବେ ସେମାନେ ବକେୟା ଅର୍ଥ ନପାଇବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ କରିବେ ବୋଲି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.