ବୈଦେଶିକ ସଚିବ ଆଜି ଚାରି ଦିନିଆ ଶ୍ରୀଲଙ୍କା ଗସ୍ତରେ ଯିବେ

0 65

ନୂଆଦିଲ୍ଲୀ : ଭାରତର ବୈଦେଶିକ ସଚିବ ହର୍ଷବର୍ଧନ ଶୃଙ୍ଗଲା ଆଜି ଶନିବାର ଦିନ ଚାରି ଦିନିଆ ଶ୍ରୀଲଙ୍କା ଗସ୍ତରେ ଯିବେ । ସେଠାରେ ସେ ପାରସ୍ପରିକ ସମ୍ପର୍କ ଓ ଦ୍ୱି ପାକ୍ଷିକ ପ୍ରକଳ୍ପ ଗୁଡିକର ସ୍ଥିତିର ସମୀକ୍ଷା କରିବେ ।

ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଶ୍ରୀଲଙ୍କାର ବୈଦେଶିକ ସଚିବ ଆଡମିରାଲ ଜୟନାଥ କୋଲମ୍ବେଜଙ୍କ ନିୟନ୍ତ୍ରଣରେ ହର୍ଷବର୍ଧନ ଶ୍ରୀଲଙ୍କା ଗସ୍ତରେ ଯାଉଛନ୍ତି ।

ଆଜି ଏନଏସଜିର କାର ରାଲୀକୁ ସବୁଜ ପତାକା ଦେଖାଇବେ ଗୃହ ମନ୍ତ୍ରୀ ଅମିତ ଶାହ :

କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହ ସ୍ୱାଧୀନତାର ୭୫ ବର୍ଷ ପୂର୍ତି ଅବସରରେ ଗାନ୍ଧୀ ଜୟନ୍ତୀ ଅବସରରେ ଆଜି ଲାଲ କିଲ୍ଲା ଠାରେ ଏନଏସଜିର ଅଖିଳ ଭାରତୀୟ କାର ରାଲୀକୁ ଶୁଭାରମ୍ଭ କରିବେ । ଏହା ବ୍ୟତୀତ ସେ ସିଆଇଏସଏଫର ସାଇକେଲ ରାଲୀକୁ ମଧ୍ୟ ସ୍ୱାଗତ କରିବେ ।

Leave A Reply

Your email address will not be published.