ଆଜି ସରୁଛି ଆର୍ଯ୍ୟନଙ୍କ ରିମାଣ୍ଡ : ବେଲ୍ ନା ଜେଲ୍ !

0 72

ମୁମ୍ବାଇ : କ୍ରୁଜ୍ ଡ୍ରଗ୍ସ ମାମଲାରେ ଜୁନିୟର ଖାନଙ୍କର କ’ଣ ହେବ ତାକୁ ନେଇ ସାରା ଦେଶ ଅନାଇ ବସିଛି । ଆର୍ଯ୍ୟନଙ୍କ ସହ ଅନ୍ୟ ଦୁଇ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି ଗୁରୁବାର ସରୁଛି । ସେମାନଙ୍କୁ କୋର୍ଟରେ ହାଜର କରାଇବ ଏନ୍ସିବି । ତେବେ ତାଙ୍କୁ ଜାମିନ୍ ମିଳୁଛି ନା ସେ ଜେଲ ଯିବେ ତାକୁ ଏବେ ସମସ୍ତଙ୍କ ଅପେକ୍ଷା । ସେମାନଙ୍କୁ କାଲି କୋର୍ଟରେ ହଜାର କରାଇବ ଏନ୍ସିବି । ତେବେ ତାଙ୍କର ବେଲ୍ କି ଜେଲ୍ ଏନ୍ସିବିର ତଥ୍ୟ ପ୍ରମାଣ ଆଧାରରେ ସ୍ଥିର ହୋଇପାରେ । ସେ ଦିନ ଆର୍ଯ୍ୟନଙ୍କ ପାଖରୁ କ’ଣ ଜବତ ହୋଇଥିଲା । ତାଙ୍କ ହ୍ୱାଟ୍ସଆପ୍ ଚାର୍ଟରୁ କ’ଣ ତଥ୍ୟ ମିଳିଛି । ଡ୍ରଗ୍ସ ବେପାରୀଙ୍କ ସହ ତାଙ୍କର ଲିଙ୍କ୍ ଥିଲା କି ନାହିଁ । ସେ ସବୁ ଦିଗରେ କି ତଥ୍ୟ ପାଇଛି ଏନ୍ସିବି । ଆର୍ଯ୍ୟନଙ୍କ ଓ ଅନ୍ୟ ଦୁଇ ଅଭିଯୁକ୍ତଙ୍କ ମୋବାଇଲ୍ ଫୋନ୍ ଯାଞ୍ଚ ପାଇଁ ଫରେନ୍ସିକ୍ ଲ୍ୟ।ବକୁ ପଠାଯାଇଛି ।

ଅନ୍ୟପକ୍ଷରେ ଏନ୍ସିବି ହେପାଜତରେ ଆର୍ଯ୍ୟନ ବିଜ୍ଞାନ ବହି ପଢ଼ୁଛନ୍ତି । ଘର ଖାଦ୍ୟ ଖାଇବାକୁ ଆଉ ମିଳୁନି । ତାଙ୍କୁ ଆଜି ଶାହରୁଖଙ୍କ ମ୍ୟାନେଜର ପୂଜା ଦଦ୍ଲନି ଏନ୍ସିବି ହେଡ୍କ୍ୱାର୍ଟରରେ ଭେଟିଛନ୍ତି । ଗିରଫ ପରଠାରୁ ଏଯାଏ ଦେଖିପାରିନାହାନ୍ତି ଶାହରୁଖ୍ । ପୂର୍ବରୁ ଟେଲିଫୋନ୍ ଯୋଗେ ଦୁଇ ମିନିଟ୍ କଥା ହୋଇଥିଲେ । ତେବେ ଆଜି ଆର୍ଯ୍ୟନଙ୍କୁ ବେଲ୍ ମିଳିବ ନା ପୁଣି ଜେଲ୍ ଯିବେ । ଦିନ ଗଡ଼ିବା ସହିତ ଏନ୍ସିବି ହାତରେ ଲାଗୁଛି ନୂଆ ନୂଆ ଖିଅ । ଗତକାଲି ଓଡ଼ିଶା ଲିଙ୍କ ସାମ୍ନାକୁ ଆସିଥିଲା । ରାଉରକେଲାର ଦୁଇ ଓଡ଼ିଆ ମନୀଷ ରାଜଗରିଆ ଓ ଅଭିନ ସାହୁଙ୍କୁ ଗିରଫ କରି ୧୧ ତାରିଖ ଯାଏ ହେପାଜତକୁ ନେଇଛି ଏନ୍ସିବି । ଏହି ଦୁଇଜଣଙ୍କ ପରିବାର ଲୋକେ ଆଜି ପ୍ରତିକ୍ରିୟା ରଖିଛନ୍ତି । ମନୀଷଙ୍କ ବାପା କହିଛନ୍ତି ପୁଅ ପାଖରୁ ୨.୪ ଗ୍ରାମର ଗୋଟିଏ ଗଞ୍ଜେଇ ସିଗାରେଟ୍ ମିଳିଥିଲା । ନିଜ ବ୍ୟବହାର ପାଇଁ ମନୀଷ ତାକୁ ରଖିଥିଲେ । ତାଙ୍କଠାରୁ ଆଉ କିଛି ମିଳିନାହିଁ । ଅଭିନଙ୍କ ବାପା କହିଛନ୍ତି ମୁମ୍ବାଇରେ ଅଭିନଙ୍କ ଆଈଙ୍କ ଘର । ସାଙ୍ଗମାନଙ୍କ ସହ ବୁଲିବାକୁ ଯାଇଥିଲା ପୁଅ । ତାଙ୍କୁ ଫସାଯାଇଥିବା ଅଭିନଙ୍କ ବାପା କହିଛନ୍ତି ।

Leave A Reply

Your email address will not be published.