ବିଶ୍ବ ମାନସିକ ସାସ୍ଥ୍ୟ ଦିବସ ପାଳିତ

0 48

ମାଲକାନଗିରି : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଆଜି ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ – ୨୦୨୧ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ସଚେତନତା ରାଲି ସହିତ ମାନସିକ ସଚେତନତା ରଥ ମୁଖ୍ୟ ଜିଲ୍ଲା ସ୍ଵାସ୍ଥ୍ୟ ଏବଂ ଜନ ସ୍ବାସ୍ଥ୍ୟ ଅଧିକାରୀ ଡ. ପ୍ରଫୁଲ୍ଲ କୁମାର ନନ୍ଦଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି । ଏହି ରଥ ଜିଲ୍ଲାର ସମସ୍ତ ବ୍ଲକ୍ ଏବଂ ସ୍ଵାସ୍ଥ୍ୟ ଅନୁଷ୍ଠାନ ପରିକ୍ରମା କରି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଇବ । ଏହି ଉଦଘାଟନୀ ଉତ୍ସବରେ ଡ. ଶିବ ପ୍ରସାଦ ମହାରଣା, ଏ.ଡି.ଏମ.ଓ ( ମେଡିକାଲ୍ ), ବନବିହାରି ମିଶ୍ର, ଭାରପ୍ରାପ୍ତ ଡି.ପି.ଏମ୍, ଅଙ୍କିତ ଜେନ୍, ଡି.ଏ.ମ୍, ଚିତ ରଞ୍ଜନ ସେଠୀ, ଏ.ଡି.ପି.ଏଚ୍.ସି.ଓ. ଏପିଡେମୋଲୋଜିଷ୍ଟ, ଆସିଷ୍ଟାଣ୍ଡ ମେନେଜର, ଏନ.ସି.ଡି, ହସ୍ପିଟାଲ ପରିଚାଳକ, ଗୋଷ୍ଠି ସେବିକ ( ମାନସିକ ସ୍ଵାସ୍ଥ୍ୟ ), ଆସିଷ୍ଟାଣ୍ଡ ସୁପରିଟେଣ୍ଡେଟ ଏବଂ ଏ.ଏନ.ଏମ୍.ଟି.ସି ର ସମସ୍ତ ଛାତ୍ରୀଙ୍କ ସହ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଏହି ପରିପ୍ରେକ୍ଷୀରେ ହସ୍ପିଟାଲ୍ ର ଏକାଡେମିକ ହଲ୍ ରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପରିଶେଷରେ ଡ . ଏମ୍.ଏମ୍ . ଅବିଦ୍ ହୁସେନ, ମାନସିକ ରୋଗ ଚିକିତ୍ସକ ରୋଗର ଲକ୍ଷଣ ଏବଂ ଚିକିତ୍ସା ବିଷୟରେ ଆଲୋକପାତ କରି କାର୍ଯ୍ୟକ୍ରମକୁ ଶେଷ କରିଥିଲେ ।

Leave A Reply

Your email address will not be published.