ଆଜି ରାଜ୍ୟ କ୍ୟାବିନେଟ୍

0 64

ଭୁବନେଶ୍ୱର : ଆଜି ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବାକୁ ଥିବାବେଳେ ଏହି କ୍ୟାବିନେଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ୧୦ଟିରୁ ଊର୍ଦ୍ଧ୍ୱ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଆସିବ । ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଉକ୍ତ ବୈଠକରେ ରାଜ୍ୟରେ ବୃହତ୍ ପାନୀଜଳ ଯୋଗାଣକୁ ଗୁରୁତ୍ୱ ଦେଇ ବହୁ ପ୍ରକଳ୍ପକୁ ଅନୁମୋଦନ ଦିଆଯିବାକୁ ରହିଛି । ଏହାବାଦ୍ କେତେକ ବିଭାଗର ଚାକିରି ନିୟମର ସଂଶୋଧନ ପ୍ରସ୍ତାବ ଆସିବାକୁ ରହିଛି । ଏହାସହିତ ସ୍ୱାସ୍ଥ୍ୟ, ବିଭାଗ,ରାଜସ୍ୱ ବିଭାଗ, ସାଧାରଣ ପ୍ରଶାସନ, ଅର୍ଥ ବିଭାଗ ଏବଂ ପୂର୍ତ୍ତ ବିଭାଗ ଭଳି କେତେକ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଆସିବ ବୋଲି ଜଣାଯାଇଛି ।

Leave A Reply

Your email address will not be published.