କଟକରେ ଭସାଣ ଆରମ୍ଭ ମଧ୍ୟାହ୍ନ ସୁଦ୍ଧା ୫୮ଟି ମେଢ଼ ବିସର୍ଜନ ହେଲାଣି

0 68

କଟକ : କଟକରେ ଭସାଣ ନେଇ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଗତକାଲି ରାତି ୧୨ ଟା ଠାରୁ କଟକରେ ଭସାଣ ଆରମ୍ଭ ହୋଇଛି । ଆଜି ଦିନ ୧୨ଟା ସୁଦ୍ଧା ୫୮ଟି ମେଢ଼ ବିସର୍ଜନ କରାଯାଇଛି । ୬ଟି ଅସ୍ଥାୟୀ ପୋଖରୀରେ ଦେବାଦେବୀଙ୍କ ମୂର୍ତି ବିସର୍ଜ୍ଜନ ପାଇଁ ପ୍ରଶାସନର ଅନୁମତି ରହିଥିବା ବେଳେ ଆଜି ସଂନ୍ଧ୍ୟା ୬ଟା ସୁଦ୍ଧା ପର୍ଯ୍ୟାୟ କ୍ରମେ ମୂର୍ତି ବିସର୍ଜ୍ଜନ ପାଇଁ ସମସ୍ତ ପୂଜା କମିଟିକୁ ନିର୍ଦ୍ଦେଶ ଦିଆଯାଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ, କଟକ ସହରରେ ମୋଟ୍ ୧୫୭ଟି ପୂଜା କମିଟି ପକ୍ଷରୁ ମା ଦୂର୍ଗାଙ୍କ ସହିତ ହରପାର୍ବତୀଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ପ୍ରତ୍ୟେକ ‘ଏ’ କାଟାଗୋରୀର ପୂଜା ମଣ୍ଡପ ଗୁଡିକରେ ୪ ଜଣ ପୋଲିସ ଅଧିକାରୀଙ୍କୁ ମୁତୟନ କରାଯାଇଥିବା ବେଳେ ‘ବି’ ଓ ‘ସି’ କାଟାଗୋରୀ ମଣ୍ଡପ ଗୁଡିକରେ ୨ ଜଣ ଲେଖାଏଁ ପୋଲିସ ଅଧିକାରୀ ମୁତୟନ ରହିଥିଲେ ।

Leave A Reply

Your email address will not be published.