ସର୍ଵ ଭାରତୀୟ କଂଗ୍ରେସ କମିଟି ଆହ୍ୱାନ କ୍ରମେ ମାହାଙ୍ଗାରେ ପ୍ରଶିକ୍ଷଣ ଶିବିର

0 65

ମାହାଙ୍ଗା : ସର୍ଵ ଭାରତୀୟ କଂଗ୍ରେସ କମିଟି ସଭାପତି ସୋନିଆ ଗାନ୍ଧୀଙ୍କ ଆହ୍ୱାନ କ୍ରମେ ଭାରତୀୟ କଂଗ୍ରେସ କମିଟି ପ୍ରଶିକ୍ଷଣ ଶିବିର ମୁଖ୍ୟ ସଚିନ ରାଓଙ୍କ ନିର୍ଦେଶ କ୍ରମେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ କଂଗ୍ରେସ ବରିଷ୍ଠ ନେତା ତଥା ସମାଜସେବୀ ପ୍ରଦୀପ୍ତ ଦାସଙ୍କ ସଂଯୋଜନାରେ ଏକ ପ୍ରଶିକ୍ଷଣ ଶିବିର ଲଳିତଗିରି ନଙ୍ଗୁଳି ମଠ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ସରପଞ୍ଚ ଦୀନବନ୍ଧୁ ପାତ୍ରଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପ୍ରଶିକ୍ଷଣ ଶିବିରର ମୁଖ୍ୟ ଶୁଭେନ୍ଦୁ ମହାନ୍ତି ଯୋଗଦାନ କରି ବହୁ କଂଗ୍ରେସ କର୍ମୀମାନଙ୍କୁ ପ୍ରଶିକ୍ଷଣ ଶିବିରର ମୁଖ୍ୟ ଲକ୍ଷ ସମ୍ପର୍କରେ ଆଲୋକପାତ କରାଇଥିଲେ । ଏପରିକି ମୁଖ୍ୟଅତିଥି ଶ୍ରୀ ମହାନ୍ତି ଯୋଗଦାନ କରି ବିଜେପି ବିଜେଡି ସରକାରକୁ କଟୁ ସମାଲୋଚନା କରିବା ସହ ଆଜି ପର୍ଯ୍ୟନ୍ତ ଯାହାବି କିଛି ହେଇଛି ତାହା ପଛରେ କଂଗ୍ରେସ ଦଳର ପ୍ରମୁଖ ଭୂମିକା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ଏପରିକି ଆଗାମୀ ଦିନରେ କଂଗ୍ରେସ ଦଳକୁ ମଝବୁତ କରେଇବା ପାଇଁ ସମସ୍ତ କଂଗ୍ରେସ କର୍ମୀମାନଙ୍କୁ ଏକଜୁଟ ହୋଇ ଅନ୍ୟାୟ ବିରୁଦ୍ଧରେ ଦୃଢ଼ ଜବାବ ଦେଇ କଂଗ୍ରେସ ଦଳରେ ହାତରେ ହାତ ମିଶାଇ କାମ କରିବାକୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ବରିଷ୍ଠ ନେତା ମସୁଦ ଅଲି, ରାକେଶ ବାରିକ, ସୁଦୀପ୍ତ ସାମଲ, ଆଇନଜୀବୀ ଦୀପକ କୁମାର ମହାନ୍ତି, ନିଶ୍ଚିନ୍ତକୋଇଲି ବ୍ଲକ କଂଗ୍ରେସ ସଭାପତି ଦିଲ୍ଲୀପ ରାଉତ, ସଞ୍ଜୟ ବେହେରା, ସୁକାନ୍ତ ନନ୍ଦ,ଅଶୋକ ସେଠି,ନିରାକାର ପ୍ରଧାନ, ମନ୍ମଥ ଖଟୁଆ, ସେକ ଜାବିର ପ୍ରମୁଖ ବହୁ କଂଗ୍ରେସ କର୍ମୀ ଯୋଗଦାନ କରି ପ୍ରଶିକ୍ଷଣ ଗ୍ରହଣ କରିଥିଲେ । ଏପରିକି ଏହି ପ୍ରଶିକ୍ଷଣ ଶିବିରରେ ବହୁ ବରିଷ୍ଟ କଂଗ୍ରେସ ନେତା ଯୋଗଦାନ କରି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.