ରାୟଗଡା ଶ୍ରମ ବିଭାଗ ଦ୍ଵାରା ହେବାକୁ ଯାଉଛି ମିନି ନିଯୁକ୍ତିମେଳା

0 67

ରାୟଗଡା : ରାୟଗଡା ଜିଲ୍ଲା ଶ୍ରମ ବିଭାଗ ଦ୍ଵାରା ଆସନ୍ତା 22 ଡିସେମ୍ବର ବୁଧବାର 2021 ରେ ରାୟଗଡା ଜିଲ୍ଲାର ର ରାୟଗଡ଼ା ସଦରମହାକୁମା ସ୍ଥିତ ଜି ସି ଡି ପଡିଆ ରେ ମିନି ନିଯୁକ୍ତି ମେଳା ହେବାକୁ ଯାଉଛି। ଏହି ନିଯୁକ୍ତି ମେଳା ପାଇଁ ରାୟଗଡା ଜିଲ୍ଲା ଶ୍ରମଧିକାରି ରାୟଗଡା ଜିଲ୍ଲାର ସମସ୍ତ କୌଶଳୀ ଓ ଅଣକୌଶଳୀ ମେଧାବୀ ଯୁବକ ଓ ଯୁବତୀ ମାନେ ନିଜର ଦକ୍ଷତା ଓ ଶିକ୍ଷା ଗତ ଯୋଗୀତା ଭିତିକଙ୍କ ନିଯୁକ୍ତି ପାଇଁ ନିଯୁକ୍ତି ମେଳାର ଆୟୋଜନ କରି ଜିଲ୍ଲାର ସମସ୍ତ ଶିକ୍ଷିତ ବେକାରୀ ଯୁବକ ଓ ଯୁବତୀ ଙ୍କୁଭାଗ ନେବା ପାଇଁ ରାୟଗଡ଼ା ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ଅ ର ପି ଟେଟେ ଆହ୍ୱାନ କରିଛନ୍ତି। ଏହି ନିଯୁକ୍ତି ମେଳାରେ ରାଜ୍ୟ  ରାଜ୍ୟ ବାହାରୁ 30 ରୁ ଉର୍ଢ଼ ବହୁ ବଡ଼ ଓ ଛୋଟ କମ୍ପାନୀ ଯୋଗ ଦାନ କରିବେ ବୋଲି ଶ୍ରମ ଅଧିକାରୀ ପ୍ରକାଶ କରିଛନ୍ତି। ଏହି ସୁଯଗ କୁ ଶିକ୍ଷିତ ଯୁବକ  ଯୁବତୀ ଯୋଗା ଦାନ କରି ନିଜର ଭବିଷ୍ୟତ ଗଠନ କରିବା ପାଇଁ ଏକ ଉତ୍ତମ ପ୍ଲାଟଫର୍ମ, ତେଣୁ ନିଜର ସମସ୍ତ ଶିକ୍ଷାଗତ ଯୋଗ୍ୟତା ସହ ଆସନ୍ତା କାଲି ଯୋଗଦାନ କରି ଏହି  ସୁଯୋଗ ର ଫାଇଦା ଉଠାଇବା ପାଇଁ ନିବେଦନ କରିଛନ୍ତି  ଏହି ସୁଯୋଗ କୁ ହାତ ଛଡା ନ କରିବା ପାଇଁ ଶ୍ରମ ଅଧିକାରି ସୂଚନା ପ୍ରଦାନ କରିଚନ୍ତି ।

Leave A Reply

Your email address will not be published.