ସଡ଼କ ଦୁର୍ଘଟଣା ଦୁଇ ମୋଟର ସାଇକେଲ ଆରୋହୀ ଗୁରୁତର

0 80

କୋଟପାଡ଼ : କୋଟପାଡ଼ ବ୍ଲକ ଅନ୍ତର୍ଗତ କଲୋନୀ ନମ୍ବର ୭ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟି ଦୁଇ ଯୁବକ ଗୁରୁତର ଆହତ ହୋଇ କୋଟପାଡ଼ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଜଣାପଡିଛି। ଖବର ନେବାରୁ ଜଣାପଡିଛି ଯେ କୁସୁମୀ ପଞ୍ଚାୟତ ଅନ୍ତର୍ଗତ ଡ଼ାବୁଗୁଡା ଗ୍ରାମର  ସଦା ହରିଜନ ଓ ମସିଆ ଏକ ନମ୍ବର ବିହୀନ ମୋଟର ସାଇକେଲ ମାଧ୍ୟମରେ କୋଟପାଡ଼ରୁ କୁସୁମୀ ଅଭିମୁଖେ ଯାଉ ଥିବା ବେଳେ ଓଡି୧୦ଏସ୬୩୫୮ ନମ୍ବର ର ପିକଅପ ସହ ମୁହାଁମୁହିଁ ଧକା ହେବା ଫଳରେ ଦୁହେଁ ଆହତ ହୋଇଥିବା ଜଣାପଡିଛି।ଦୁର୍ଘଟଣା ହୋଇ ଥିବା ଦୁଇ ଗାଡି ପୋଲିସ ଜବତ କରିଥିବା ସହ ତଦନ୍ତ ଆରମ୍ଭ କରିଥିବାର ଖବର ମିଳିଛି।

Leave A Reply

Your email address will not be published.