୨୦୧୪ ପୂର୍ବରୁ ଲିଞ୍ଚିଂ ଶବ୍ଦ ଶୁଣାଯାଇ ନଥିଲା: ରାହୁଲ ଗାନ୍ଧି

0 77

ନୂଆଦିଲ୍ଲୀ: ଆକ୍ସନ ମୁଡରେ ରାହୁଲ ଗାନ୍ଧି । ବିଜେପି ବିରୋଧରେ ଘନ ଘନ ବାଣ ମାରୁଥିବା କଂଗ୍ରେସ ନେତା ରାହୁଲ ଗାନ୍ଧି ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ୨୦୧୪ ପୂର୍ବରୁ ଲିଞ୍ଚିଂ ଶବ୍ଦ କେବେ ଶୁଣାଯାଇ ନଥିଲା । ବିଜେପି ୨୦୧୪ରୁ କ୍ଷମତାକୁ ଆସିବା ପୂର୍ବରୁ କେବଳ ଲିଞ୍ଚିଂ ଘଟଣା ଘଟିନଥିଲା ବୋଲି ସେ କହିଛନ୍ତି । ରାହୁଲ ଗାନ୍ଧି ଏନେଇ ଟ୍‌ୱିଟ୍ କରି ସମାଲୋଚନା କରିବା ସହ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ରାହୁଲ ଗାନ୍ଧିଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ଜାତୀୟ ମୁଖପାତ୍ର ଅମିତ ମାଲଭିଆ । ପଞ୍ଜାବରେ ଘଟିଥିବା ସଦ୍ୟ ହିଂସାକୁ ଯୋଡ଼ି ରାହୁଲ ଗାନ୍ଧିଙ୍କୁ ପାଲଟା ଜବାବ ଦେଇଛନ୍ତି । ସେ କହିଛନ୍ତି ଯେ, ପଞ୍ଜାବରେ ଯେଉଁ ଦୁଇ ଜଣଙ୍କୁ ହତ୍ୟା କରାଗଲା ତାହା କଣ ଲିଞ୍ଚିଂ ନୁହେଁ । କଂଗ୍ରେସର ବଂଶଗତ ଚରିତ୍ର ପ୍ରତିଫଳିତ ହେବା ପରେ ରାହୁଲ ଗାନ୍ଧି ଏକଥାକୁ ଉଠାଇଛନ୍ତି ବୋଲି ସେ ଟ୍‌ୱିଟ୍ କରି ଲେଖିଛନ୍ତି ।
କଂଗ୍ରେସ ଶାସିତ ରାଜ୍ୟ ପଞ୍ଜବାରେ ହିଁ ଏହି ଘଟଣା ଘଟିଥିବା ସେ ଲେଖିଚନ୍ତି । ଧାର୍ମିକ ଭାବନାକୁ କୁଠାରଘାତ କାରିବା ଅଭିଯୋଗରେ ନିକଟରେ ଦୁଇ ଜଣଙ୍କୁ ପିଟି ପିଟି ମାରି ଦିଆଯାଇଛି । ଶନିବାର ସନ୍ଧ୍ୟାରେ ଅମୃତସରର ସ୍‌ୱର୍ଣ୍ଣ ମନ୍ଦିରରେ ଶିଖ୍‌ମାନଙ୍କ ଧର୍ମୀୟ ଭାବନାକୁ ଆଘାତ ଦିଆଯିବା ଭଳି ଘଟଣା ଘଟିବା ପରେ ଏହା ରକ୍‌ତପାତ ରୂପ ନେଇଥିଲା ।
ସମ୍ପୃକ୍‌ତ ଯୁବକଙ୍କୁ ପିଟିପିଟି ମାରି ଦିଆଯାଇଥଲା । ପରଦିନ କାପୁରଥାଲା ଗୁରୁଦ୍‌ୱାରରେ ମଧ୍ୟ ସମାନ ଘଟଣାର ପୁନରାବୃତ୍ତି ହୋଇଥିଲା । ଏଠାରେ ମଧ୍ୟ ଜଣେ ବ୍ୟକ୍‌ତି ଲିଂଚିର ଶିକାର ହୋଇଥିଲେ । ଗତ ସପ୍ତାହରେ ଗୃହ ରାଷ୍ଟମନ୍ତ୍ରୀ ନିତ୍ୟାନନ୍ଦ ରାୟ ରାଜ୍ୟସଭାକୁ ସୂଚନା ଦେଇ କହିଥିଲେ ଯେ ମବ ଲିଂଚି ବା ଗୋଷ୍ଠୀଗତ ଆକ୍ରମଣରେ କାହାର ମୃତ୍ୟୁ ଘଟି ନଥିବା ଏନସିଆରିବି ରିପୋର୍ଟରେ ଭିତ୍ତ ଭାବେ କୌଣସି ତଥ୍ୟ ନାହିଁ । ମବ ଲିଞ୍ଚିଂ ଘଟଣା ନଘଟିବା ପାଇଁ ସରକାର ସଚେତନ ଅଛନ୍ତି । ଏନେଇ ରାଜ୍ୟ ସରକାରକୁ କେନ୍ଦ୍ର ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି ବୋଲି ସେ କହିଥିଲେ ।

Leave A Reply

Your email address will not be published.