ସହୀଦ ଯବାନ ପର୍ଶୁରାମ ଶବରଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦର ସହ ଶେଷକୃତ୍ୟ ସଂପନ୍ନ

0 71

                 

ପାରଳାଖେମୁଣ୍ଡି: ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଥିବା ଯବାନଙ୍କ ଆଜି ନିଜ ଗାଁରେ ଶୋକାକୁଳ ପରିବେଶରେ ଶେଷ କୃତ୍ୟ ସଂପନl ସହୀଦ ଯବାନ ପର୍ଶୁରାମ ଶବରଙ୍କ ମୃତ ଶରୀର ଗତକାଲି ରାତ୍ର ୧୦ଘଣ୍ଟା ବେଳେ ନିଜ ଗ୍ରାମ କୁରୁଗୁଵା ଗ୍ରାମରେ ପହଂଚିଥିଲା l ଏସ ଏସ ବି ବାଟାଲିୟନ ୪୫ ବି ର ଅଫିସର ଓ ଯବାନ ମାନେ ଶବକୁ ଧରି ଆସିଥିଲେl ଆଜି ସକାଳ ୮ରେ କଫିନକୁ ଖୋଲାଯାଇଥିଲା ଓ ଗ୍ରାମ ପରିକ୍ରମା କରାଯିବା ପରେ ୮.୪୫ମିନିଟ ସମୟରେ ସହୀଦଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସାଲାମୀ ଶସ୍ତ ଦେଇ ପୁଷ୍ପ ମାଲ୍ୟ ଅର୍ପଣ କରି ଶେଷ କୃତ ସଂପନ କରାଯାଇଥିଲା l ସହୀଦ ଯବାନ ସ୍ମୃତି ସକାଶେ ବାପା ତ୍ରିନାଥ ଶବର ଙ୍କୁ ରାଷ୍ଟ୍ରୀୟ ପତାକା ଦେଇ ଆମର ଆତ୍ମାର ସଦଗତି ନିମନ୍ତେ ରାଷ୍ଟ୍ରୀୟ ପତାକା ପ୍ରଦାନ କରାଯାଇଥିଲାl ଏହି କାର୍ଯ୍ୟକ୍ରମ ବେଳେ ରାୟଗଡ ବିଡ଼ିଓ ରାଜା ରଂଜିତ ପ୍ରତାପ ବଳ,ତହସିଲଦାର ଲୀଳାବତୀ ଆଚାର୍ଜୀ, ପୁଲିସ ଏସଡିପିଓ ରାମକୃଷ୍ଣ ପତି,ରାୟଗଡ ଥାନା ଅଧିକାରୀ ଗୋବିନ୍ଦ ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ l ରାୟଗଡ ବ୍ଲକ ଜଣେ ଯବାନଙ୍କୁ ହରାଇଥିବାରୁ ଶୋକାକୁଳ ପରିବେଶରେ ଆଜି ସହୀଦଙ୍କ ଶେଷ କୃତ ସଂପନ ହୋଇଥିଲା l ରାୟଗଡ ବ୍ଲକର ଅନେକ ଅଂଚଳ ରୁଶତାଧିକ ଲୋକେ ସହୀଦ ଙ୍କ ଶେଷ ଦର୍ଶନ କରିଥିଲେ l

Leave A Reply

Your email address will not be published.