ଗଜପତି : ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିବା ପୂର୍ବରୁ ରାସ୍ତାରେ ପ୍ରସବ କଲେ ମହିଳା

0 72

ପାରଳାଖେମୁଣ୍ଡି, ୨୦ା୧  : ଗଜପତି ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଲକ୍ଷ୍ୟ   କରାଯାଇଛି । ପ୍ରସବ ବେଦନାରେ ଆକୁଳ ଚିତ୍କାର କରୁଥିବା ଜଣେ ଗର୍ଭବତୀ ମହିଳାଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ଜରୁରୀ ଚିକିତ୍ସା ପାଇଁ ନେଉଥିବା ବେଳେ ରାସ୍ତାର ପାଶ୍ୱର୍ରେ ମହିଳା ଜଣକ ପ୍ରସବ କରିଥିବା ସୂଚନା ମିଳିଛି । ଘଟଣାଟି ଘଟିଛି ଏହି ଜିଲ୍ଲାର ଆର୍‌. ଉଦୟଗରି ବ୍ଲକ ନିକଟସ୍ଥ ମଙ୍ଗରାଜପୁର ପଞ୍ଚାୟତର ଜାମଡୋଲ ଗ୍ରାମରେ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ôଚବା  ପୂର୍ବରୁ ରାସ୍ତା ପାଶ୍ୱର୍ରେ ପ୍ରସବ କଲେ ମହିଳା । ସୂଚନା ପ୍ରକାରେ ଜାମଡୋଲ ଗ୍ରାମର ବିକାଶ ଜେନାଙ୍କ ପତ୍ନୀ ଝୁନୁ ଜେନାଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ଉକ୍ତ ଅଞ୍ଚଳର ଆଶାକର୍ମୀ ଗାୟତ୍ରୀ ଜାନି ପହଞ୍ଚିଥିଲେ । ଗାୟତ୍ରୀ ଆମ୍ବୁଲାନ୍ସକୁ ଫୋନ କରିବା ଲଗି ଚେଷ୍ଟା କରିଥିବା ବେଳେ ସେହି ସ୍ଥାନରେ ମୋବାଇଲ ନେଟବ୍ୱର୍କ  ନଥିବାରୁ ବାଧ୍ୟ ହୋଇ ସେମାନେ ଏକ ଅଟୋରିକ୍ସା ସାହାଯ୍ୟରେ ରାମଗିରି ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଉଥିବାବେଳେ ଜାମଡୋଲ ଗ୍ରାମରେ ରହୁଥିବା ଗର୍ଭବତୀ ମହିଳାଙ୍ଗ ଘର ଠାରୁ ମୁଖ୍ୟ ରାସ୍ତାକୁ ଯିବା ପାଇଁ ରହିଥିବା ପାଦଚଲା ରାସ୍ତାର ପାଶ୍ୱର୍ ଦେଇ ଗର୍ଭବତୀ ମହିଳାଙ୍କୁ ମୁଖ୍ୟରାସ୍ତାକୁ ଏକ ଦୋଳା ସାହାଯ୍ୟରେ ଅଣାଯାଉଥିଲା । ଗର୍ଭବତୀ ମହିଳା ଜଣକ ଅତ୍ୟାଧିକ ଯନ୍ତ୍ରଣା ସହି ନ ପାରି ରାସ୍ତା କଡରେ ପ୍ରସବ କରିଥିଲେ । ପରେ ଉଭୟ ମା ଓ ଶିଶୁଙ୍କୁ ଏକ ଅଟୋ ରିକ୍ସାରେ ରାମଗିରି ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ଉଭୟ ମା ଓ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲଥିବା ରାମଗିରି ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ସୂଚନା ମିଳିଛି ।

Leave A Reply

Your email address will not be published.