ବାରହା ଆକ୍ରମଣରେ ୭ ଆହତ

0 66


କାମାକ୍ଷାନଗର ୨୦।୧: ସାହି ଭିତରେ ପଶି ଆକ୍ରମଣ କଲା ବାରହା । ଜଣେ ମହିଳାଙ୍କ ସମେତ ୬ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବସନ୍ତପଡା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ସୂଚନାଯୋଗ୍ୟ ଯେ, ଗୁରୁବାର ସକାଳେ ବାରହାଟି ବିଲରେ କାମ କରୁଥିବା ଜଣେ ଚାଷୀଙ୍କୁ ପ୍ରଥମେ ଆକ୍ରମଣ କରିଥିଲା । ତାଙ୍କୁ ଆକ୍ରମଣ କରିବା ପରେ ସେହି ଗାଁର ବାଘୁଆବୋଲ ସାହି ଭିତରେ ପଶି ୫ ଜଣକୁ ଆକ୍ରମଣ କରିଥିଲା । ଲୋକମାନେ ହୋ ହଲ୍ଲା କରି ପାଟିତୁଣ୍ଡ କରିବାରୁ ବାରହାଟି ଜଙ୍ଗଲ ଆଡେ ଦୌଡି ପଳାଇଥିଲା। ଲୋକମାନେ ଆହତମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ଦୁଷ୍ମନ୍ତ ନାଏକଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ସମସ୍ତଙ୍କ ଅବସ୍ଥା ସ୍ଥିର ରହିଛି ।

Leave A Reply

Your email address will not be published.