ସରକାରୀ ଯୋଜନାର ବାଟମାରଣା ପ୍ରତିବାଦରେ ୪ଗ୍ରାମବାସୀଙ୍କ ଭୋଟ ବର୍ଜନ

0 66

ପାରଳାଖେମୁଣ୍ଡି, ୨୧ା୨ : ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ଏଙ୍ଗାରସିଂ ପଞ୍ଚାୟତର ୪ ଗ୍ରାମବାସୀ ଭୋଟ ବର୍ଜନ କରିଥିବାର ଜଣାପଡିଛି । ରବିବାର ପଞ୍ଚାୟତ ନିର୍ବଚନର ତୃତୀୟ ପର୍ଯ୍ୟାୟ ମତଦାନ ଜିଲ୍ଲାର ରାୟଗଡ ବ୍ଲକରେ ଥିବା ଦୁଇଟି ଜିଲ୍ଲା ପରିଷଦ ଜୋନ୍ ୨୧ପଞ୍ଚାୟତ ଓ ସମିତି ଏବଂ ୨୪୯ ୱାର୍ଡ ମେମ୍ବର ପାଇଁ ମତଦାନ ୨୪୯ବୁଥରେ ହୋଇଥିଲା । ତେବେ ଏଙ୍ଗାରସିଂ ପଞ୍ଚାୟତର ବୁଥ୍ ନଂ. ୧, ୨, ୩ ଓ ୪ରେ ଗୋଟିଏ ମଧ୍ୟ ଭୋଟ ପଡିନଥିବାର ଜଣାପଡିଛି । ଉପର ଜାଲୋ, ମଝି ଜାଲୋ, ସ୍କୁଲ ସାହି ଓ ତଳ ଜାଲୋ ଏପରି ୪୭୪ ଭୋଟର ତଥା ୪ ଗ୍ରାମବାସୀ ଭୋଟ ବର୍ଜନ କରିଛନ୍ତି । ସରକାରୀ ଯୋଜନାର ବାଟମାରଣା, ହିତାଧିକାରୀଙ୍କୁ ଅଣଦେଖା ଓ ପଞ୍ଚାୟତ ମିଶ୍ରଣକୁ ପ୍ରତିବାଦରେ ଭୋଟ ବର୍ଜନ କରିଛନ୍ତି । ଏହି ୪ଗୋଟି ୱାର୍ଡ ପୂର୍ବରୁ ଲୋବା ପଞ୍ଚାୟତରେ ଥିବା ବେଳେ ଏଙ୍ଗାରସିଂ ପଞ୍ଚାୟତରେ ଏହି ୪ଗୋଟି ୱାର୍ଡକୁ ସାମିଲ କରିଥିଲା ପ୍ରଶାସନ । ଯହାକୁ ପୂର୍ବରୁ ଓ ପଞ୍ଚାୟତ ପରେ ମଧ୍ୟ ଏହି ଚାରୋଟି ଗ୍ରାମବାସୀନ୍ଦା ବିରୋଧ କରି ଆସୁଛନ୍ତି । ସେହିପରି ବିଭିନ୍ନ ସରକାରୀ ଯୋଜନା ଏହି ୪ଗୋଟି ଗ୍ରାମକୁ ନ ପହଞ୍ଚି ବାଟମାରଣା ହେଉଥିବାର ମଧ୍ୟ ଏକ ପ୍ରମୁଖ କାରଣ ବୋଲି କହିଛନ୍ତି ଗ୍ରାମବାସୀ । ଏହି ୪ଗ୍ରାମବାସୀ ବିଭିନ୍ନ ସମୟରେ ଜିଲ୍ଲାପ୍ରଶାନ ଠାରୁ ।ରମ୍ଭ କରି ବିଡିଓ ଓ ନିର୍ବାଚିତ ଜନପ୍ରତିନିଧିଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କେହି କର୍ଣ୍ଣପାତ କରିନାହାନ୍ତି । ତେଣୁ ଭୋଟ ବର୍ଜନ କରିବାପାଇଁ ନିଷ୍ପତ୍ତି ନେଇଥିବାର ଜଣାଇଛନ୍ତି ।

Leave A Reply

Your email address will not be published.