ରାଜଧାନୀରୁ ଠାବ ହେଲେ ୪ ସାଇବର ଠକ

0 69

ଭୁବନେଶ୍ୱର ୦୯।୦୪: ରାଜଧାନୀ ଭୁବନେଶ୍ୱରରୁ ଠାବ ହେଲେ ୪ ସାଇବର ଠକ । ପ୍ରି ଆକ୍ଟିଭେଟ ସିମ୍ ବ୍ୟବହାର କରି ଲୋକଙ୍କୁ ଠକୁଥିଲେ ୪ ଅଭିଯୁକ୍ତ । ସାଇବର ଠକଙ୍କ ମଧ୍ୟରେ ସିମ୍ ପ୍ରୋଭାଇଡର ଓ ଅନ୍ଯ ୩ ଜଣଙ୍କୁ ଗିରଫ କରିଛି ଭୁବନେଶ୍ବର ସାଇବର ଥାନା ପୋଲିସ । ଖବର ଅନୁଯାୟୀ, ବାଲେଶ୍ବର ଜିଲ୍ଲା ଜଳେଶ୍ବରରୁ ଆସି କଟକରେ ଜମେଇଥିଲେ ଆଡ୍ଡା । ଏନେଇ ସାଇବର ଥାନା ପୋଲିସକୁ ଗୁଇନ୍ଦା  ସୂଚନା ମିଳିଥିଲା । ଏହାପରେ ସାଇବର ଥାନା ପୋଲିସ ଚଢାଉ କରିଥିଲା । ଏହି ଚଢାଉରେ ୪ଜଣ ସାଇବର ଠକଙ୍କୁ ଗିରଫ କରିଛି ପୋଲିସ । ଗିରଫ ପରେ ସେମାନଙ୍କ ନିକଟରୁ ୪୬ଟି ଆକ୍ଟିଭେଟ୍ ସିମ୍ ସହ ୬୦ ଫିକ୍ସ ଡିପୋଜିଟ୍ ଜବତ ହୋଇଛି । ବିଭିନ୍ନ ବ୍ୟାଙ୍କର ପ୍ରାୟ ୫୦ ଟି ଏଟିଏମ ବ୍ୟବହାର କରୁଥିଲେ ଠକ ।

Leave A Reply

Your email address will not be published.