BMCର ପ୍ରଥମ ମହିଳା ମେୟର ଭାବେ ଶପଥ ନେଲେ ସୁଲୋଚନା ଦାସ

0 74

ଭୁବନେଶ୍ବର ୦୯।୦୪: ଶପଥ ନେଲେ ଭୁବନେଶ୍ୱର ମେୟର । ଭୁବନେଶ୍ୱର ମହାନଗର ନିଗମର ମେୟର ଭାବେ ଶପଥ ନେଲେ ସୁଲୋଚନା ଦାସ । ବିଏମ୍‌ସି  କନ୍‌ଫରେନ୍ସ ହଲ୍‌ରେ ଶପଥ ନେଇଛନ୍ତି ଭୁବନେଶ୍ୱର ମହାନଗର ନିଗମର ପ୍ରଥମ ମହିଳା ମେୟର । ତାଙ୍କ ସହ ନବନିର୍ବାଚିତ ୬୭ କର୍ପୋରେଟର ମଧ୍ୟ ଶପଥ ନେଇଛନ୍ତି । ଖବର ଅନୁଯାୟୀ, କଂଗ୍ରେସରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ସୁଲୋଚନା ଦାସ ପରବର୍ତ୍ତୀ ସମୟରେ ବିଜେଡିରେ ଯୋଗ ଦେଇଥିଲେ । ନିଜର ଦୃଢ ସାଙ୍ଗଠନିକ ଦକ୍ଷତା ଲାଗି ବିଜେଡି ତାଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଥିଲା । ଏହାପରେ ତାଙ୍କୁ ରାଜ୍ୟ ସରକାର ଭିନ୍ନକ୍ଷମ କମିଶନର ଭାବେ ଦାୟିତ୍ୱ ଦେଇଥିଲେ । କିନ୍ତୁ ଏବେ ଭୁବନେଶ୍ୱର ମହାନଗର ନିଗମ ପାଇଁ ବିଜେଡି ତରଫରୁ ମେୟର ଭାବେ ପ୍ରାର୍ଥୀ ହୋଇ ନିର୍ବାଚନରେ ବିଜୟୀ ହୋଇଛନ୍ତି । ସେ ବିଜେପି ପ୍ରାର୍ଥୀ ସୁନିତି ମୁଣ୍ଡଙ୍କୁ ୬୧ ହଜାର ୮୭ ଖଣ୍ଡ ଭୋଟ୍‌ରେ ପରାସ୍ତ କରିଥିଲେ । ସୁଲୋଚନା ଦାସ ମୋଟ ୧ ଲକ୍ଷ ୭୪ ହଜାର ୪୮୭ ଖଣ୍ଡ ଭୋଟ୍ ପାଇଥିଲା । ଚଳିତ ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନରେ ୬୭ଟି ଓ୍ୱାର୍ଡରୁ ବିଜେଡି ୪୮ଟି ଓ୍ୱାର୍ଡରେ ବିଜୟୀ ହୋଇଥିବା ବେଳେ ବିଜେପି ୧୦ ଟା ଏବଂ ସ୍ୱାଧୀନ ୯ରେ ବିଜୟୀ ହୋଇଛନ୍ତି ।

Leave A Reply

Your email address will not be published.