ରେଳବାଇ କ୍ୱାର୍ଟର୍ସରୁ ମୁଳ୍ୟବାନ କାଠ ଜବତ ଘଟଣା, ଜେଲ ଗଲେ ତୁରେକେଲା ଷ୍ଟେଶନ ମାଷ୍ଟର

0 79
କଣ୍ଟାବାଞ୍ଜି , ୨୪/୦୫, ଡିକେ ନ୍ୟୁଜ୍: ବେଆଇନ ଭାବେ ସରକାରି କ୍ୱାର୍ଟର୍ସରେ କାଠ କାମ କରାଉଥିଲେ । ବନ ବିଭାଗର ହାତରେ ପଡି ଗିରଫ ହୋଇ ଜେଲ ଗଲେ ସରକାରି ବାବୁ । ତୁରେକେଲା ରେଲବାଇ କ୍ୱାର୍ଟର୍ସର ପଛପଟେ ମୂଲ୍ୟବାନ କାଠ ଜବତ ଘଟଣା । ଚଳିତ ମାସ ୧୩ ତାରିଖ କୌଣସି ସୁତ୍ରରୁ ଖବର ପାଇ କଂଟାବାଞ୍ଜି ବନ  ବିଭାଗ ତୁରେକେଲା ଷ୍ଟେସନ ମାଷ୍ଟରଙ୍କ ସରକାରୀ କ୍ୱାର୍ଟର୍ସରୁ ପଛପଟୁ ୧୭ଟି ସାଗୁଆନ ଗଣ୍ଡି, ୪ ଖଣ୍ଡ ସାଇଜ କାଠ ଜବତ କରିଥିଲା । ଏହି ମାମଲାରେ  ଦୁଇ କାଠ ମିସ୍ତ୍ରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ଅଧିକ ତଦନ୍ତ ଆରମ୍ଭ କରିଥିଲା ବନ ବିଭାଗ । ତେବେ ସରକାରି କ୍ୱାର୍ଟର୍ସରେ ବେଆଇନ ଭାବେ କାଠ କାମ କରାଉଥିବା ତୁରେକେଲା ଷ୍ଟେସନ ମାଷ୍ଟରଙ୍କୁ ସୋମବାର ମହୁଲପାଟି ଫରେଷ୍ଟର ନୃତମଣି ମହାନନ୍ଦ  ଗିରଫ କରି ରାତିରେ କୋର୍ଟ ଚାଲାଣ କରିଥିଲେ । ଜାମିନ ନାମଞ୍ଜୁର ହେବା ଯୋଗୁ ଷ୍ଟେସନ ମାଷ୍ଟର ଧର୍ମେନ୍ଦ୍ର କଶ୍ୟପଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଅନେକ ଦିନରୁ ଷ୍ଟେସନ ମାଷ୍ଟର ବେଆଇନ ଭାବେ କାଠ ଚାଲାଣ କାମ କରୁଥିବା ବନ ବିଭାଗ ସଂଦେହ କରି ଏହି ଚଢାଉ କରିଥିବା ସୂଚନା ଦେଇଛନ୍ତି ।
Leave A Reply

Your email address will not be published.