ଗିରଫ ହେଲେ ପଞ୍ଜାବ ର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ସାଧୁ ସିଂ ଧର୍ମସୋତ ||

0 68

ପୂର୍ବତନ ମନ୍ତ୍ରୀ ସାଧୁ ସିଂ ଙ୍କୁ ଲାଞ୍ଚ ନେବା ଅଭିଯୋଗ ରେ ଗିରଫ କରିଛି ପଞ୍ଜାବ ଭିଜିଲାନ୍ସ ଟିମ | ତାଙ୍କ ସହିତ ଜଣେ ସାମ୍ବାଦିକ ଙ୍କୁ ମଧ୍ୟ ଗିରଫ କରାଯାଇଛି |ଏକ ମାସ ପୂର୍ବରୁ ତାଙ୍କୁ ପଞ୍ଜାବ ସରକାର ଚେତାବନୀ ମଧ୍ୟ ଦେଇ ଥିଲେ| ଚେତାବନୀ ଦେବାର ଏକ ମାସ ପରେ ଏହି ପଦକ୍ଷେପ ନିଆଯାଇଛି | ଦୁର୍ନୀତି ଅଭିଯୋଗରେ ଉଭୟଙ୍କୁ ଗିରଫ କରାଯାଇଛି ବୋଲି ଭିଜିଲାନ୍ସ ର ଜଣେ ଅଧିକାରୀ କହିଛନ୍ତି | ଲାଞ୍ଚ ଅଭିଯୋଗ ରେ ପଞ୍ଜାବ ଭିଜିଲାନ୍ସ ମୋହାଲିରୁ କିଛି ବନ ଅଧିକାରୀ ଙ୍କୁ ଗିରଫ କରାଯାଇଥିଲା | ସେହି ଅଭିଯୁକ୍ତ ଙ୍କୁ ପଚରା ଉଚରା ସମୟରେ ମନ୍ତ୍ରୀ ଧର୍ମ ସୋତ ୫୦୦ ଟଙ୍କା ଲାଞ୍ଚ ନେଉଥିବା କହିଥିଲେ | ନୂଆ ଗଛ ଲଗେଇବା ପାଇଁ ମଧ୍ୟ ଲାଞ୍ଚ ନେଉଥିଲେ |ଏବେ ଜଙ୍ଗଲ ଏବଂ ସାମାଜିକ କଲ୍ୟାଣ ବିଭାଗ ରେ ଦୁର୍ନୀତି ରେ ତାଙ୍କର ସମ୍ପୃକ୍ତି ଥିବା ନେଇ ପର୍ଯ୍ୟାପ୍ତ ପ୍ରମାଣ ଥିବା କୁହାଯାଉଛି | ପଚରା ଉଚରା କରିବା ପାଇଁ ପୋଲିସ ତାଙ୍କୁ ରିମାଣ୍ଡ ରେ ନେଇପାରେ |

Leave A Reply

Your email address will not be published.