ଝାରଖଣ୍ଡ ରେ ଥମୁନି ହିଂସାକାଣ୍ଡ ||

0 70

ନୁପୁର ଶର୍ମା ଙ୍କ ବିବାଦୀୟ ବୟାନ ପରେ ଝାରଖଣ୍ଡ ରେ ପ୍ରବଳ ହିଂସା ଏବଂ ପୋଡାଜଳା ।ପରିସ୍ଥିତି ଅନାୟତ ,ପିଲିସ ନାକେଦମ । ପରିସ୍ଥିତି କୁ ଲକ୍ଷ୍ୟକରି କର୍ଫ୍ୟୁ ଜାରି କରାଯାଇଛି ।ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ବୟାନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଥମିବାର ନାଁ ଧରୁନି । ବିଜେପି ନେତା ନୁପୁର ଶର୍ମା ଓ ନବୀନ ଜିନ୍ଦଲଙ୍କ ବିବାଦୀୟ ବୟାନ ପରେ ଏବେ ଦେଶର ବିଭିନ୍ନ ପ୍ରାନ୍ତରେ ହିଂସା କାଣ୍ଡ ଦେଖିବାକୁ ମିଳିଛି । ଏବେ ଝାଡଖଣ୍ଡରେ ହିଂସା ଉପୁଜିଛି ପୋଡ଼ାଜଳା ହୋଇଛି । ଏଥିରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ଆକ୍ରମଣରେ ଅନେକ ଆହତ ମଧ୍ୟ ହୋଇଛନ୍ତି । ଅନେକ ଗାଡି ଜଳିଯାଇଛି । ସ୍ଥିତି ନିୟନ୍ତ୍ରଣ କରିବାକୁ ପୋଲିସ ଚେଷ୍ଟା ଚଳାଇଛି । ପରିସ୍ଥିତିକୁ ଦେଖି କର୍ଫ୍ୟୁ ଜାରି ହୋଇଛି । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଲୋକମାନଙ୍କୁ ଶାନ୍ତି ବଜାୟରଖିବାକୁ ଅପିଲ କରିଛନ୍ତି । ପରିସ୍ଥିତି ଏବେ ନିୟନ୍ତ୍ରଣାଧିନ ଥିବା ପୋଲିସ ଡିଜି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.